ରିଅଲିଟି ସୋ’ରେ ଏକାଠି ନଜର ଆସିବେ ରୋହିତ ଶେଟ୍ଟୀ ଓ କରଣ ଜୋହର !

21

ବକ୍ସ ଅଫିସରେ ନିଜର ହିଟ୍ ଫିଲ୍ମ ଦେବାରେ ପ୍ରସିଦ୍ଧ ଫିଲ୍ମ ମେକର ରୋହିତ ଶେଟ୍ଟୀ ଓ କରଣ ଜୋହର । ଉଭୟଙ୍କର ଫିଲ୍ମକୁ ଦର୍ଶକ ମନ ଭରି ଉପଭୋଗ କରିଥାନ୍ତି । ଏବେ ଏକ ଖବର ଆସିଛି ଯେ ଏକ ଟିଭି ସୋ’ ରେ ଏକା ସାଥିରେ ନଜର ଆସିବେ ଏହି ଉଭୟ ପ୍ରଯୋଜକ ।

କିଛି ମିଡିଆ ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଫିଲ୍ମ ମେକର ନାମ କରଣ ହୋଇନଥିବା ଏକ ରିଅଲିଟି ଟିଭି ସୋ’ରେ ଏକାଠି ନଜର ଆସିବେ । ଆଉ ଏଥିରେ ଆକ୍ଟର ହେବାକୁ ଇଚ୍ଛା ରଖିଥିବା ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିବେ ।

ଆଉ ମଧ୍ୟ ଶୁଣିବାକୁ ମିଳୁଛି ଏହି ସୋ’ରେ ବିଜେତାଙ୍କୁ ପୁରସ୍କାର ସ୍ୱରୂପ କରଣ ଜୋହରଙ୍କ ପ୍ରଡକ୍ସନ ହାଉସରେ ୩ ଟି ଫିଲ୍ମର ଅଫର ଦିଆଯିବ । ଏବଂ ଏହାକୁ କରଣ ଜୋହରଙ୍କ ଫିଲ୍ମରେ ହିଁ କରାଯିବ । ଏକ ସୂତ୍ରରୁ ପ୍ରକାଶ ଯେ, ‘ ଏହି ପ୍ରୋଗ୍ରାମରେ ଦୁଇ ବିଜେତାଙ୍କ ସହ କରଣ ଙ୍କ ପ୍ରଡକ୍ସନ ହାଉସର ୩ଟି ଫିଲ୍ମ ଡିଲ୍ କରାଯିବ । ବର୍ତ୍ତମାନ ଏହି ପ୍ରୋଗ୍ରାମ ପାଇଁ ଅଡିସନ ଚାଲୁରହିଛି ।  ପାଖାପାଖି ୩୦ ପ୍ରତିଯୋଗୀଙ୍କୁ ସର୍ଟଲିଷ୍ଟ କରାଯିବ । ଏହି ସୋ’ ଆସନ୍ତା ବର୍ଷ ଅନ୍ ଏୟାର କରାଯିବ । ଏବଂ ପୁରା ସପ୍ତାହ ପ୍ରସାରିତ କରାଯିବ ।’