ହିଟମ୍ୟାନଙ୍କ ସୁପରହିଟ୍ ସୋ’! ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ଶତକ ହାସଲ କଲେ ରୋହିତ, ବିଜୟ ଦ୍ୱାର ଦେଶରେ ଟିମ୍ ଇଣ୍ଡିଆ ।

153

କନକ ବ୍ୟୁରୋ : ହିଟମ୍ୟାନଙ୍କ ସୁପରହିଟ୍ ଶତକ । ଇଂଲଣ୍ଡରେ ଚମକିଲେ ରୋହିତ । ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପର ପ୍ରଥମ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ୧୦ ଚୌକା ଓ ୨ ଛକା ବଳରେ ଏହି ଶତକ ହାସଲ କରିଛନ୍ତି ରୋହିତ । ଏହାସହ ଚଳିତ ବିଶ୍ୱକପରେ ଭାରତ ପକ୍ଷରୁ ପ୍ରଥମ ଶତକ ନିଜ ନାଁରେ କରିଛନ୍ତି ରୋହିତ । ଏହାସହ ଦିନିକିଆରେ ୨୩ ତମ ଶତକ କ୍ଲବରେ ସାମିଲ ହୋଇଛନ୍ତି ରୋହିତ ।

୨୨୮ ରନର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ରୋହିତ । ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଧୈର୍ଯ୍ୟର ସହ ସାମ୍ନା କରି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଛନ୍ତି ରୋହିତ ।

ଏହାପୂର୍ବରୁ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ସମ୍ପୂର୍ଣ୍ଣ ମୁଣ୍ଡ ନୁଆଁଇଥିଲା ଦକ୍ଷିଣ ଆଫ୍ରିକା । ଚହଲଙ୍କ ଚମକରେ ଚକମା ଖାଇଥିଲା ଦକ୍ଷିଣ ଆଫ୍ରିକା । ମୋଟ ୪ ୱିକେଟ ସହ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଥିଲେ ଚହଲ । ତେବେ ଶେଷ ଆଡକୁ ରବଡା ଓ ମୋରିସଙ୍କ ଲଢୁଆ ଇନିଂସ ଯୋଗୁଁ ଦକ୍ଷିଣ ଆଫ୍ରିକା ସମ୍ମାନଜନକ ୨୨୭ ରନ କରିବାକୁ ସକ୍ଷମ ହୋଇଥିଲା ।