ବିଶ୍ୱକପରେ ହିଟ୍ ମ୍ୟାନଙ୍କ ରେକର୍ଡ ! ଟପ୍ ରନ୍ ସ୍କୋରର ତାଲିକାର ୧ ନମ୍ବର ସ୍ଥାନରେ ରହିଲେ ରୋହିତ ।

560

କନକ ବ୍ୟୁରୋ : ରୋମାଞ୍ଚଭରା ଫାଇନାଲ୍ ମ୍ୟାଚ୍ ସହ ଲର୍ଡସରେ ଲେଖା ହୋଇଛି ବିଶ୍ୱକପର ନୂଆ ଇତିହାସ । ଅଦ୍ଭୁତପୂର୍ବ ଉତ୍କଣ୍ଠା, ଅବିଶ୍ୱସନୀୟ ରୋମାଞ୍ଚଓ ନାଟକୀୟ ଉତଥାନ-ପତନ ଭିତରେ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ବିଶ୍ୱବିଜେତା ହୋଇଛି । ଅନ୍ୟପଟେ ଚଳିତ ବିଶ୍ୱକପରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଉପଅଧିନାୟକ ରୋହିତ ଶର୍ମା ।

ଟପ୍ ରନ୍ ସ୍କୋରର ତାଲିକାର ଶୀର୍ଷରେ ରହିଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦମଦାର ୫ଟି ଶତକ ସହ ୬୪୮ ରନ୍ ସଂଗ୍ରହ କରି ତାଲିକାର ଆଗରେ ଅଛନ୍ତି ରୋହିତ । ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ନର । ତେବେ ୱାର୍ନର ମାତ୍ର ଗୋଟିଏ ରନ୍ ଅର୍ଥାତ ୬୪୭ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିପରି ୬୦୬ ରନ୍ କରି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ବାଂଲାଦେଶର ସକିବ୍ ଅଲ୍ ହାସନ୍ ।