ବିଶ୍ୱକପରେ ରୋହିତଙ୍କ ଦମଦାର ପ୍ରଦର୍ଶନ ! ଇଂଲଣ୍ଡ ମାଟିରେ ଆଉ ଗୋଟିଏ ଶତକ କଲେ ରୋହିତ ରଚିବେ ଏକ ବଡ ରେକର୍ଡ ।

507

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ନିଜ ବିଜୟଧାରା ବଜାୟ ରଖିଛି ବିରାଟ ବାହିନୀ । ବିଶେଷ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଦମଦାର ଫର୍ମରେ ରହିଥିବା ନଜର ଆସୁଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ରୋହିତ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ ସତ କିନ୍ତୁ ଅନ୍ୟ ମ୍ୟାଚ୍ ଗୁଡିକରେ ସେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ଆଉ ବିଶ୍ୱକପରେ ଭାରତର ଆଗାମୀ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଥିବା ବେଳେ ଏହି ମ୍ୟାଚରେ ସମସ୍ତେ ରୋହିତଙ୍କ ଠାରୁ ଏକ ଶତକୀୟ ଇଂନିସର ଲକ୍ଷ୍ୟ ରଖିଛନ୍ତି । କାରଣ ଯଦି ରୋହିତ ଆଉ ଏକ ଶତକ ହାସଲ କରୁଛନ୍ତି, ତେବେ ଏକ ବଡ ରେକର୍ଡ ସେ ନିଜ ନାମରେ କରିବେ ।

ରୋହିତ ଶର୍ମା ଯେତେବେଳେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥାନ୍ତି, ସେତେବେଳେ ତାଙ୍କ ଠାରୁ ସମସ୍ତେ ଏକ ବଡ ଇନିଂସର ଆଶା ରଖିଥାନ୍ତି । ଯଦି ଚଳିତ ବିଶ୍ୱକପରେ ରୋହିତ ଆଉ ଏକ ଶତକ ହାସଲ କରିବାରେ ସମର୍ଥ ହେବେ ତେବେ, ଇଲଂଣ୍ଡ ମାଟିରେ ସବୁଠାରୁ ଅଧିକ ଶତକ ହାସଲ କରିବାରେ ସେ ହେବେ ପ୍ରଥମ ବ୍ୟାଟ୍ସମ୍ୟାନ୍ । କାରଣ ଇଂଲଣ୍ଡରେ ସବଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନଙ୍କ ଉପରେ ନଜର ପକାଇଲେ ଏହି ଲିଷ୍ଟରେ ବର୍ତ୍ତମାନ ସୁଦ୍ଧା ୪ ଜଣ ବ୍ୟାଟ୍ସମ୍ୟାନ୍ ଆଗରେ ରହିଛନ୍ତି । ଆଉ ସେମାନେ ହେଲେ ଶିଖର ଧୱନ, ବିବିୟନ୍ ରିଚାର୍ଡସ, ରୋହିତ ଶର୍ମା ଏବଂ କେନ୍ ୱିଲିୟମସନ୍ । ଆଉ ଏମାନେ ଇଂଲଣ୍ଡ ମାଟିରେ ୪ଟି ଲେଖାଏଁ ଶତକ ହାସଲ କରିଛନ୍ତି । ତେଣୁ ରୋହିତ ଆଉ ଏକ ଶତକ ହାସଲ କଲେ, ସେ ଏହି ତାଲିକାର ପ୍ରଥମ ସ୍ଥାନ ନିଜ ନାମରେ କରିବେ ।