ଆଇପିଏଲ ପୂର୍ବରୁ ଆରାମ କରୁଛନ୍ତି ରୋହିତ ଶର୍ମା । ପତ୍ନୀଙ୍କ ସହ ପୋଷ୍ଟ କଲେ ଫଟୋ

30

ଶ୍ରୀଲଙ୍କାରେ ଖେଳାଯାଇଥିବା ନିଦାହାସ ଟି-ଟ୍ୱେଣ୍ଟି ସିରିଜରେ ସଫଳପୂର୍ଣ୍ଣ ଭାବେ ଅଧିନାୟକ ଦାୟିତ୍ୱ ତୁଲାଇ ଭାରତକୁ ଜିତାଇଲେ ରୋହିତ ଶର୍ମା । ଏବେ ରୋହିତଙ୍କର ପରବର୍ତ୍ତୀ ଟାର୍ଗେଟ ଆଇପିଏଲରେ ନିଜ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଚତୁର୍ଥ ଥର ପାଇଁ ଚାମ୍ପିୟନ କରାଇବା ।

ଏପ୍ରିଲ ମାସରୁ ଭାରତରେ ଲାଗିବ ଫଟାଫଟ୍ କ୍ରିକେଟର ମେଳା । ଆଉ ଏହା ପୂର୍ବରୁ ରୋହିତ ନିଜ ଜୀବନ ସାଥୀ ରୀତିକା ସଜଦେହଙ୍କ ସହ କିଛି ଫ୍ରି ଟାଇମ୍ ଅତିବାହିତ କରୁଛନ୍ତି । ରୋହିତ ନିଜ ପତ୍ନୀ ରୀତିକାଙ୍କ ସହ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ରୋହିତ ଏହି ପୋଷ୍ଟର କ୍ୟାପସନରେ ‘ବ୍ଲୁ ୱାଟର୍ସ, ବ୍ଲୁ ସ୍କାଏ ଏଣ୍ଡ ଇଟ୍ସ ର୍ ପ୍ଲେଜର’ ଲେଖିଛନ୍ତି । ରୋହିତ ଆଉ ରୀତିକାଙ୍କର ଏହି ସୁନ୍ଦର ଫୋଟୋଟିରେ ଅଧ ଘଣ୍ଟା ମଧ୍ୟରେ ଏକ ଲକ୍ଷ ରୁ ଉଦ୍ଧ୍ୱର୍ ଲାଇକ୍ସ ମିଳିସାରିଛି ।

ସୋସିଆଲ ମିଡିଆରେ ରୋହିତ ଅଧିକାଂଶ ସମୟ ଆକ୍ଟିଭ ରହିଥାନ୍ତି । ଏବଂ ବେଳେବେଳେ ଇନଷ୍ଟାଗ୍ରାମରେ ମଧ୍ୟ ନିଜ ଫୋଟୋ ପୋଷ୍ଟ କରିଥାନ୍ତି । ଏହା ପୂର୍ବରୁ ମଧ୍ୟ ଗତବର୍ଷ ଶ୍ରୀଲଙ୍କା ଗସ୍ତ ପରେ ରୋହିତ ଶର୍ମା ରୀତିକାଙ୍କ ସହ ଫ୍ଲାଇଟ ରୁ ସେଲଫି ସେୟାର କରିଥିଲେ । ଯେଉଁଥିରେ ରୋହିତ ରୀତିକାଙ୍କୁ ନିଦରୁ ଉଠାଉଥିବାର ଦେଖାଯାଇଥିଲା ।

ଶ୍ରୀଲଙ୍କାରେ ଖେଳାଯାଇଥିବା ନିଦାହାସ ଟି-ଟ୍ୱେଣ୍ଟି ତ୍ର୍ରିରଷ୍ଟ୍ରୀୟ ସିରିଜରେ ରୋହିତଙ୍କ ଅଧିନାୟିକତ୍ୱ ରେ ଭାରତ ପ୍ରଥମ ମ୍ୟାଚ ହାରିବା ପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଥିଲା । ଏବଂ ଫାଇନାଲରେ ବାଲାଂଦେଶକୁ ପରାସ୍ତ କରି ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଏବେ ହିଟମ୍ୟାାନ ନାମରେ ପରିଚିତ ରୋହିତ ଶର୍ମା ଆଇପିଏଲ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏବଂ ପୁଣି ଥରେ ସେ ନିଜ ଦଳ ମୁମ୍ବାଇ ଇଣ୍ଡିଆନ୍ସ କୁ ଚାମ୍ପିୟନ କରିବା ପାଇଁ ପଡିଆକୁ ଓହ୍ଲାଇବେ ।