ଟିମ୍ ଭିତରେ ସବୁ କିଛି ଠିକ୍ ଅଛି ତ? ଇଂଲଣ୍ଡରେ ପୂରା ଟିମକୁ ଛାଡି ଭାରତ ଫେରିଲେ ରୋହିତ ଶର୍ମା, କାଲି ଫେରିବେ ଅନ୍ୟ ଖେଳାଳି ।ଦେଖନ୍ତୁ ଭିଡ଼ିଓ ।

834

ସେମିଫାଇନାଲରେ ପରାସ୍ତ ହୋଇ ଟିମ୍ ଇଣ୍ଡିଆ ବିଶ୍ୱକପ ଅଭିଯାନ ଶେଷ କରିଥିବା ବେଳେ ଏବେ ପରାଜୟର ପୋଷ୍ଟମର୍ଟମ କରିବାକୁ ବାହାରିଛି ବସିସିଆଇ । କେଉଁ କାରଣରୁ ବିରାଟ ବାହିନୀ ସେମିଫାଇନାଲରେ ଫେଲ୍ ମାରିଲା ତାହାର କାରଣ ଖୋଜିବ ବିସିସିଆଇ । ଆଉ ଏସବୁ ଭିତରେ ଭାରତୀୟ ଟିମରେ ସବୁ କିଛି ଠିକ୍ ନାହିଁ ବୋଲି ଜାତୀୟ ଗଣମାଧ୍ୟମରେ ଖବର ସାମ୍ନାକୁ ଆସିଛି । ଭାରତୀୟ ଟିମ୍ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି ଓ ସେମିଫାଇନାଲ ମ୍ୟାଚରେ ପରାଜୟ ପାଇଁ ଜଣେ ଖେଳାଳୀ ଅନ୍ୟ ଜଣଙ୍କୁ ଦାୟୀ କରୁଥିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଖାସକରି ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଖବର ସାମ୍ନାକୁ ଆସୁଛି । ବିଶ୍ୱକପ ଦଳ ଚୟନ ଠାରୁ ଆରମ୍ଭ କରି ଚୂଡାନ୍ତ ଏକାଦଶରେ କାହାକୁ ସ୍ଥାନ ମିଳିବ ତାହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଚର୍ଚ୍ଚା ହେଉଛି ।

 

View this post on Instagram

 

#rohitsharma takes the drivers seat as he heads back home #viralbhayani @viralbhayani

A post shared by Viral Bhayani (@viralbhayani) on

ଏଭଳି ଗରମାଗରମ ଚର୍ଚ୍ଚା ମଧ୍ୟରେ ପୂରା ଟିମ୍ ଇଂଲଣ୍ଡରେ ରହିଥିବା ବେଳେ ଉପ-ଅଧିନାୟକ ରୋହିତ ଶର୍ମା ଭାରତ ଫେରି ଆସିଛନ୍ତି । ଆଜି ରୋହିତଙ୍କୁ ପତ୍ନୀ ରିତିକା ଓ ଝିଅଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ସେମିଫାଇନାଲରେ ହାରିବାର ଦୁଃଖ ରୋହିତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇପଡୁଥିଲା । ଏୟାରପୋର୍ଟରେ ପହଞ୍ଚିବା ପରେ ରୋହିତ ନିଜେ କାର ଚଳାଇ ବାସଭବନକୁ ଯାଇଛନ୍ତି ।
ଭାରତର ଅନ୍ୟ ଖେଳାଳି ମାନେ ଆସନ୍ତାକାଲି ଇଂଲଣ୍ଡରୁ ଫେରିବେ । କାରଣ ସେମିଫାଇନାଲରେ ପରାଜୟ ପରେ ଟିକେଟ କନର୍ଫମ ନ ହେବାରୁ ଟିମ୍ ଇଣ୍ଡିଆର ଖେଳାଳି ଇଂଲଣ୍ଡରେ ଅଟକିଛନ୍ତି । ତେବେ ସବୁ ଖେଳାଳି ରବିବାର ଆସିବାକୁ ଥିବା ବେଳେ ଉପ-ଅଧିନାୟକ ରୋହିତ ଶର୍ମା ଆଜି ମୁମ୍ବାଇ ଫେରି ଆସିଛନ୍ତି ।

ଏହାପୂର୍ବରୁ ସେମିଫାଇନାଲରେ ପରାଜୟ ପରେ ଭାବବିହ୍ୱଳ ହୋଇ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ଭାରତୀୟ ଫ୍ୟାନ୍ ମାନଙ୍କୁ ପ୍ରଂଶସା କରିଥିଲେ ରୋହିତ ଓ ୩୦ ମିନିଟର ଖରାପ ଖେଳ ପାଇଁ ଦଳ ବିଶ୍ୱକପ ଜିତିବାରୁ ବଞ୍ଚିତ ହେଲା ବୋଲି କହିଥିଲେ ହିଟମ୍ୟାନ୍ ।