ଭାଲେଣ୍ଟାଇନ ଡେରେ ରୀତିକାଙ୍କୁ ମିଳିଲା ଆକର୍ଷଣୀୟ ଉପହାର ! ଜାଣନ୍ତୁ ପତ୍ନୀଙ୍କୁ କଣ ଦେଲେ ରୋହିତ

36

ଭାଲେଣ୍ଟାଇନ ଡେକୁ ସ୍ମରଣୀୟ କରିବା ପାଇଁ ପ୍ରେମୀଯୁଗଳ ପରସ୍ପରକୁ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ଦେଇଥାନ୍ତି । ଏପରିକି ସ୍ୱାମୀ ମାନେ ମଧ୍ୟ ନିଜ ସ୍ତ୍ରୀକୁ ଖୁସି କରିବା ପାଇଁ ଏହି ମୌକାକୁ ଆଦୌ ହାତଛଡା କରନ୍ତି ନାହିଁ । ଏଥରୁ ଭାରତୀୟ କ୍ରିକେଟ ଟିମର ବିସ୍ପୋରକ ବ୍ୟାଟସମ୍ୟାନ ରୋହିତ ଶର୍ମା ବାଦ ପଡନ୍ତେ ବା କିପରି । ଭାଲେଣ୍ଟାଇନ ଡେରେ ରୋହିତ ମଧ୍ୟ ପତ୍ନୀ ରୀତିକା ସଜଦେହଙ୍କୁ ଏକ ଆକର୍ଷଣୀୟ ଉପହାର ଦେଇଛନ୍ତି ।

ମଙ୍ଗଳବାର ଆଫ୍ରିକୀୟ ନିର୍ଦ୍ଧୁମ ପିଟିବା ସହ ରୋହିତ ହାତେଇଥିଲେ ମ୍ୟାନ ଅଫ୍ ଦ ମ୍ୟାଚ ଆୱାଡ । ଏହି ଆୱାର୍ଡକୁ ପତ୍ନୀ ରୀତିକାଙ୍କ ନାମରେ କରିଛନ୍ତି ରୋହିତ । ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ରୋହିତ ମ୍ୟାନ ଅଫ ଦ ମ୍ୟାଚ ଟ୍ରଫିର ଫଟୋ ସେୟାର କରି ରିତିକାଙ୍କୁ ଭାଲେଣ୍ଟାଇନ ଡେର ଶୁଭେଚ୍ଚା ଜଣାଇଥିଲେ । ଏହାପୂର୍ବରୁ ରୋହିତ ନିଜର ବିବାହ ବାର୍ଷିକରେ ମଧ୍ୟ ଦ୍ୱିଶତକ ହାସଲ କରି ରୀତିକାଙ୍କୁ ଏକ ବଡ ଉପହାର ଦେଇଥିଲେ । ୨୦୧୫ରେ ରୋହିତ ଓ ରୀତିକା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଭାଲେଣ୍ଟାଇନ ଡେ ପୂର୍ବରୁ ଅଥାର୍ତ ମଙ୍ଗଳବାର ରୋହିତଙ୍କ ଧୂଆଁଧାର ଶତକୀୟ ଇନିଂସ ବଳରେ ଦକ୍ଷିଣ-ଆଫ୍ରିକାକୁ ହରାଇ ଦୀର୍ଘ ୨୬ ବର୍ଷ ପରେ ଦିନିକଆ ସିରିଜ କବଜା କରିଥିଲା ଭାରତ । ଶତକୀୟ ଇନିଂସ ପାଇଁ ରୋହିତଙ୍କୁ ମିଳିଥିଲା ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ।