ଆଲେକ୍ସା ପ୍ରସ୍ତୁତ ପଛରେ ଏହି ଭାରତୀୟ ଇଞ୍ଚିନିୟରଙ୍କ ହାତ ! ସିିନେମାରୁ ହେଲେ ଅନୁପ୍ରାଣିତ । 

22

ଆମାଜନ୍ କମ୍ପାନୀର ଭର୍ଚୁଆଲ୍ ଆସିଷ୍ଟାଣ୍ଟ୍ ସର୍ଭିସ୍ ଆଲେକ୍ସା ପ୍ରସ୍ତୁତ କରିବା ପଛରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କ ହାତ ରହିଛି । ଯାହାଙ୍କ ନାଁ ରୋହିତ୍ ପ୍ରସାଦ । ରାଞ୍ଚୀରେ ରହୁଥିବା ରୋହିତ୍ ଆଲେକ୍ସା ଟେକ୍ନୋଲଜୀ ପ୍ରସ୍ତୁତ କରିବା ପୂର୍ବରୁ ହିଁ ଏହାର ନେତୃତ୍ୱ ନେଉଛନ୍ତି । ସାଇନ୍ସ ଫିକ୍ସନ ଷ୍ଟାର ଟେକ୍ରୁ ପ୍ରେରିତ ହୋଇ ରୋହିତ ଆଲେକ୍ସା ଟେକ୍ନୋଲଜି ପ୍ରସ୍ତୁତ କରିଥିଲେ ।

୨୦୧୭ରେ ଟେକ୍ ୱେବସାଇଟ୍ ରେକର୍ଡ,ବିଜନେସ୍ ଏବଂ ମିଡିଆର ୧୦୦ ପ୍ରଭାବୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରୋହିତ୍ ଏବଂ ତାଙ୍କ ସହକର୍ମୀଙ୍କ ନାମ ୧୫ ନମ୍ବରରେ ରହିଛି । ଏହା ପଛର କାରଣ ଥିଲା ରୋହିତ୍ ଏବଂ ସହକର୍ମୀ ଟୋନିଙ୍କ ମିଳିତ ଉଦ୍ୟମରେ ଆଲେକ୍ସା ଘରେ ଘରେ ଖୁବ୍ ପପୁଲାର୍ ହୋଇଥିଲା । ଏହି ତାଲିକାର ୧୪ ନମ୍ବରରେ ଆମାଜନ୍ ଏବଂ ଫେସବୁକ୍ ଫାଉଣ୍ଡର ଭଳି ବ୍ୟକ୍ତିଙ୍କ ନାମ ସାମିଲ ଥିଲା । ରୋହିତଙ୍କ ସହ କାମ କରୁଥିବା ଟୋନି ରିଡ୍ କଂଜୁମର ଏକ୍ସପେରିଏନ୍ସ ସହ ଜଡିତ ଥିବା ସାମଗ୍ରୀର ତଦାରଖ କରୁଥିଲେ । ତେବେ ୧୪ ବର୍ଷ ଧରି ସେ ବିବିଏନ୍ ଟେକ୍ନୋଲଜି ସହ କାମ କରୁଥିଲେ । ୨୦୧୩ ରେ ସେ ଆମାଜନ୍ କମ୍ପାନୀ ସହ ଜଡିତ ଥିଲେ । ୨ ବର୍ଷ ତଳେ ତାଙ୍କୁ ଆଲେକ୍ସା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ମୁଖ୍ୟ ସାଇଣ୍ଟିଷ୍ଟ୍ କରିଦିଆଗଲା ।