ବାଂଲାଦେଶର ଚେତାବନୀ : ରୋହିଙ୍ଗ୍ୟା ଶରଣାର୍ଥୀ ଭାରତ ପାଇଁ ବିପଦ !

20

rohingya-1କନକ ବ୍ୟୁରୋ : ହିଂସାଗ୍ରସ୍ତ ମିଆଁମାର୍‌ ଛାଡ଼ି ପଳାଇ ଆସୁଥିବା ରୋହିଙ୍ଗ୍ୟା ମୁସଲିମ୍‌ ଶରଣାର୍ଥୀମାନେ ସମଗ୍ର ଅଂଚଳ ପାଇଁ ବଡ଼ ଧରଣର ବିପଦ ସୃଷ୍ଟି କରିବେ ଏବଂ ଭାରତ ପାଇଁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଶରଣାର୍ଥୀମାନେ ବିପଜ୍ଜନକ ବୋଲି ବାଂଲାଦେଶ ଚେତାଇ ଦେଇଛି । ଭାରତ ଏହି ଶରଣାର୍ଥୀଙ୍କ ଆଗମନକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ବୋଲି ବାଂଲାଦେଶ ରାଷ୍ଟ୍ରଦୂତ ସୟିଦ ମୁଆଜିମ୍‌ ଅଲ୍ଲି କହିଛନ୍ତି । ଭାରତ ଏକ ବଡ଼ ଆଞ୍ଚଳିକ ଶକ୍ତିଭାବେ ଏହି ସଙ୍କଟର ସମାଧାନ ପାଇଁ ରୋହିଙ୍ଗ୍ୟା ମୁସ୍‌ଲିମଙ୍କ ପ୍ରବେଶକୁ ପ୍ରଥମେ ରୋକିବା ଜରୁରୀ ବୋଲି ସେ କହିଛନ୍ତି । ଏବେ ଭାରତରେ ରୋହିଙ୍ଗ୍ୟା ମୁସ୍‌ଲିମ ଶରଣାର୍ଥୀଙ୍କ ସଂଖ୍ୟା ୪୦ ହଜାର ଟପିଥିବା ବେଳେ ବାଂଲାଦେଶରେ ସାଢ଼େ ୩ ଲକ୍ଷ ପ୍ରବେଶ କରିଛନ୍ତି ଏବଂ ଲଗାତାର ଅନୁପ୍ରବେଶ ଜାରି ରହିଛି ବୋଲି ମୁଆଜିମ୍‌ କହିଛନ୍ତି ।

Myanmar Rohingyaମିଆଁମାର ସେନା ରେଖିନ ପ୍ରଦେଶରେ ରୋହିଙ୍ଗ୍ୟା ମୁସଲିମଙ୍କୁ ଦମନ କରିବା ପାଇଁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ସେମାନେ ପ୍ରାଣ ବିକଳରେ ବାଂଲାଦେଶ ଓ ଭାରତ ଭିତରକୁ ପଶୁଛନ୍ତି । ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ଉଗ୍ରବାଦୀ ମଧ୍ୟ ରହିଥିବା ଜଣାପଡ଼ିଛି । ମିଆଁମାରରେ ସେମାନେ ବ୍ୟାପକ ହିଂସା ଘଟାଇବା ପରେ ଅଗଷ୍ଟ ୨୫ରୁ ମିଆଁମାର ସେନା ରୋହିଙ୍ଗ୍ୟା ମୁସଲିମଙ୍କ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରୁଛି ।

save_the_rohingyas_4ରେହିଙ୍ଗ୍ୟାମାନେ ଉଭୟ ଭାରତ ଓ ବାଂଲାଦେଶର ନାଗରିକଙ୍କ ସୁରକ୍ଷା ପ୍ରତି ବିପଦର କାରଣ ହେବେ ବୋଲି ବାଂଲାଦେଶ କହିଛି । ରୋହିଙ୍ଗ୍ୟା ନାଗରିକଙ୍କୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଭାରତ ପଦକ୍ଷେପ ନେବାକୁ ପଡ଼ିବ ବୋଲି ମୁଆଜିମ୍‌ କହିଛନ୍ତି । ମିଆଁମାର ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ମଧ୍ୟ ବାଂଲାଦେଶ ଗୁରୁତ୍ୱାରୋପ କରିଛି । ଇତିମଧ୍ୟରେ ରୋହିଙ୍ଗ୍ୟା ପ୍ରସଙ୍ଗରେ ଭାରତ ନିଜ ସ୍ଥିତି ସ୍ପଷ୍ଟ କରି କହିଛି ଯେ, ଜାତିସଂଘ ସମେତ କୌଣସି ବାହ୍ୟ ସଂସ୍ଥା ଚାପରେ ଭାରତ ପ୍ରଭାବିତ ହେବନାହିଁ ଏବଂ ଦେଶର ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ  ।