ରିଲିଜ ହୋଇଛି ଅପକମିଙ୍ଗ ମ୍ୟୁଜିକ ଡ୍ରାମା ଫିଲ୍ମ “ରକ ଅନ -୨’ ର ଫାଷ୍ଟ ଲୁକ

35

ରିଲିଜ ହୋଇଛି ଅପକମିଙ୍ଗ ମ୍ୟୁଜିକ ଡ୍ରାମା ଫିଲ୍ମ “ରକ ଅନ -୨’ ର ଫାଷ୍ଟ ଲୁକ । ଏହି ପୋଷ୍ଟରରେ ଶ୍ରଦ୍ଧା କପୁର ଓ ଶଶାଙ୍କ ଆରୋରାଙ୍କ ସହ ବ୍ଲାକ ଡ୍ରେସରେ ନଜର ଆସିଛନ୍ତି ଅର୍ଜୁନ ରାମପାଲ , ଫରହାନ ଅଖତର ଏବଂ ପୁରବ କୋହଲି । ଫିଲ୍ମରେ ଫରହାନ ଅଖତରଙ୍କ ଅପୋଜିଟରେ ନଜର ଆସିବେ ଚୁଲବୁଲି ନାୟିକା ଶ୍ରଦ୍ଧା କପୁର । ନଭେମ୍ବର ୧୧ ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଜାତ ସୌଦାଗର । ୮ ବର୍ଷ ପୁର୍ବେ ଏହାର ପ୍ରିକ୍ୱେଲ ପାର୍ଟଟି ସୁପରହିଟ ହୋଇଥିବା ବେଳେ ଏହି ପାର୍ଟ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଆଶା ରଖାଯାଉଛି ।