ରିଲିଜ୍ ହେଲା ‘ରକ୍ ଅନ୍ ଟୁ’ର ଟିଜର୍

36

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକ୍ ଅନ୍ ଟୁ’ ର ଟିଜର୍ । ପୂର୍ବଥର ପରି ଏଥର ମଧ୍ୟ ଫିଲ୍ମରେ ମୁଖ୍ୟ ଆକର୍ଷଣ ରହିଛି ମ୍ୟୁଜିକ୍ । ଫିଲ୍ମରେ ଲୋକଗୀତ ‘ଖାସୀ’ର ଝଲକ୍ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଉତ୍ତର ଓ ପୂର୍ବ ଭାରତ ମଧ୍ୟରେ ଥିବା ସଂଘର୍ଷକୁ ନେଇ ଫିଲ୍ମଟି ତିଆରି ହୋଇଛି । ଫିଲ୍ମର ଅଧିକାଂଶ ଭାଗ ସିଲଂରେ ସୁଟିଂ ହୋଇଛି ।

ଫିଲ୍ମର ଲିଡ ରୋଲରେ ଅଛନ୍ତି ଫରହାନ୍ ଅଖତର୍ , ଶ୍ରଦ୍ଧା କପୁର, ଅର୍ଜୁନ୍ ରାମପାଲ୍ , ପ୍ରାଚୀ ଦେଶାଇ ଓ ପୂରବ୍ କୋହଲୀ । ଫିଲ୍ମର ମ୍ୟଜିକ୍ କମ୍ପୋଜ କରିଛନ୍ତି ଶଙ୍କର – ଏହଶାନ୍- ଲୟ ଏବଂ ପ୍ରଯୋଜନା କରିଛନ୍ତି ନିଜେ ଫରହାନ୍ ଅଖତର୍ । ଆସନ୍ତା ନଭେମ୍ବର ୧୧ ରେ ରୂପେଲି ପରଦାକୁ ଆସିବ ‘ରକ୍ ଅନ୍ ଟୁ’ ।