ଆରମ୍ଭ ହେଲା ରୋବ ଯୁଗ ! ୨୦୨୯ ସୁଦ୍ଧା ମଣିଷ ଠାରୁ ଅଧିକ ବୁଦ୍ଧିମାନ ହୋଇଯିବ ରୋବଟ

56

କନକ ବ୍ୟୁରୋ : ଏକବିଂଶ ଶତାବ୍ଦୀରେ ମଣିଷ ଏବେ ସମସ୍ତ କାମ କରିବାକୁ ମେସିନ ଉପରେ ନିର୍ଭର କରୁଛି । ତା ଛଡା କିଛି ଦେଶରେ ରୋବଟ ଏବେ ମଣିଷର ସ୍ଥାନ ନେବାକୁ ବସିଲାଣି । ମଣିଷ କରୁଥିବା କାମ ଏବେ ରୋବଟ କରିବା ଆରମ୍ଭ କଲାଣି । ବିଭିନ୍ନ ହୋଟେଲରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ରୋବଟର ବ୍ୟବହାର କରାଯାଉଛି । ଏପରିକି ମଣିଷ ଠାରୁ ଅତି ଶୀଘ୍ର ଓ ସମ୍ପୂର୍ଣ୍ଣ ନିର୍ଭୁଲ ଭାବେ କାମ କରୁଛି ରୋବଟ । ଆମେରିକାର କିଛି ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୨୦୨୯ ସୁଦ୍ଧା ରୋବଟ ମଣିଷ ଠାରୁ ଅଧିକ ସ୍ମାର୍ଟ ତଥା ଜ୍ଞାନୀ ହୋଇଯାଇଥିବ । ଏହାପୂର୍ବରୁ ୨୦୪୦ ସୁଦ୍ଧା ମଣିଷ ଠାରୁ ରୋବଟ ଅଧିକ ସ୍ମାର୍ଟ ହୋଇଥିବ ବୋଲି ବୈଜ୍ଞାନିକ ମାନେ ଅନୁମାନ କରିଥିଲେ ।

robot 2ଏଚପି କମ୍ପାନୀର ଏକ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କୁତ୍ରିମ ଉପାୟରେ ରୋବଟର ବୁଦ୍ଧି ବଢାଇବା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବୈଜ୍ଞାନିକ ମାନେ ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି । ତେଣୁ ଏସବୁ ଦିଗ ପ୍ରତି ଦୁଷ୍ଟି ଦେଲେ ୨୦୨୯ ସୁଦ୍ଧା ରୋବଟ ମଣିଷ ଠାରୁ ଅଧିକ ଚତୁର ଓ ବୁଦ୍ଧିମାନ ହୋଇଥିବ ବୋଲି ଅନୁମାନ କରୁଛନ୍ତି ବୈଜ୍ଞାନିକ । ବୈଜ୍ଞାନିକ ଶେନ ୱାଲଙ୍କ କହିବା ଅନୁଯାୟୀ, ରୋବଟ ମନୁଷ୍ୟଠାରୁ ବୁଦ୍ଧିମାନ ଓ ଚତୁର ହେବାକୁ ନେଇ ଅନେକ ଲୋକଙ୍କ ମନରେ ଭୟ ରହିଛି । କିନ୍ତୁ ଏଭଳି ରୋବଟକୁ ବେଶ ସର୍ତକତାର ସହ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି । ତେଣୁ ଏଭଳି ରୋବଟ ସମସ୍ତ ଲୋକଙ୍କୁ ଫାଇଦା ଦେବ । ସ୍ୱାସ୍ଥ୍ୟ, ସେବା ଓ ବିଭିନ୍ନ ମାନବ କଲ୍ୟାଣ କ୍ଷେତ୍ରରେ ମନୁଷ୍ୟକୁ ସାହାଯ୍ୟ କରିବ ଏହି ରୋବଟ ।

ରୋବଟରେ ବ୍ୟବହୃତ ହେଉଥିବା ଏଆଇ ଅଥାର୍ତ (କୁତ୍ରିମ ବୁଦ୍ଧିମତା) ଡାଟାକୁ ଠିକ୍ ଭାବରେ ପରିଚାଳନା କରିବାରେ ସହାୟକ ହୋଇଥାଏ । ଏହାସହ ପାରିପାଶ୍ୱିକ ପରିସ୍ଥିତିକୁ ଦେଖି ଉପଯୁକ୍ତ ନିଷ୍ପତି ନେଇଥାଏ । ୱାଲଙ୍କ କହିବା ଅନୁଯାୟୀ, ବଡ ବଡ କମ୍ପାନୀରେ ରୋବଟ ନିର୍ମାଣ ବେଳେ ପାରିପାଶ୍ୱିକ ପରିସ୍ଥିତିକୁ ଦେଖି ଡାଟା କିପରି ବ୍ୟବହାର କରାଯାଇପାରିବ ସେ ନେଇ ଟ୍ରେନିଂ ଦିଆଯାଇଥାଏ ।

ତା ସହିତ ୱାଲ କହିଛନ୍ତି ଏବେ ରୋବଟକୁ ଏପରି ନିର୍ମାଣ କରାଯାଉଛି ଯେ, ରୋବଟରେ ବ୍ୟବହୃତ ହେଉଥିବା ସମସ୍ତ ପାର୍ଟକୁ ନିଜେ ରୋବଟ ହିଁ ନିର୍ମାଣ କରୁଛି । ଆଗାମୀ ଦିନରେ ଏଭଳି ଜ୍ଞାନକୌଶଳୁ ଆହୁରି ବିକଶିତ କରାଯିବ । ଯାହାଦ୍ୱାରା ରୋବଟ ପ୍ରତି କ୍ଷେତ୍ରରେ ମନୁଷ୍ୟ ସାହାଯ୍ୟ କରି ପାରିବ ।