ଭବିଷ୍ୟତରେ ଚାକିରି ପାଇବା ହେବ କଷ୍ଟକର : ରୋବଟ ପାଇଁ କମିବ ନିଯୁକ୍ତି ସୁଯୋଗ

83

ବିଜ୍ଞାନ ଏବେ ଚରମ ସୀମାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ବିଜ୍ଞାନ ଏତେ ଆଗକୁ ଗଲାଣି ଯେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରୁଛିି । ଅନେକ ବଡ଼ ବଡ଼ କାମ ହାତ ପାହାନ୍ତାରେ ହୋଇପାରୁଛି । ତେବେ ଏହି ବିଜ୍ଞାନ ପାଇଁ ହିଁ ସମୟ ଆସିବ ଆପଣ ଆପଣଙ୍କ ଚାକିରି ହରାଇବେ । ଆଗାମୀ ସମୟରେ ରୋବଟ ଦ୍ୱାରା ସବୁ କାମ କମ ସମୟରେ ହୋଇପାରିବ । ଏପରି ହେବା ଦ୍ୱାରା ସାରା ବିଶ୍ୱରେ ତଥା ଆମ ଦେଶ ଭାରତରେ ଦେଖାଦେବ ଭୟଙ୍କର ଚାକରି ସମସ୍ୟା । ତେବେ ହଜାର କିମ୍ବା ଲକ୍ଷ ଲୋକଙ୍କର ନୁହେଁଁ କୋଟି କୋଟି ଲୋକଙ୍କ ପାଇଁ ଚାକିରି ସମସ୍ୟା ସୃଷ୍ଟି ହେବ । ୨୦୩୦ ପର୍ଯ୍ୟନ୍ତ ଅର୍ଥାତ ଆଗାମୀ ୧୨ ବର୍ଷ ମଧ୍ୟରେ ସାରା ବିଶ୍ୱରେ ୮୦ କୋଟି ଲୋକେ ଚାକିରି ହରାଇବେ ।

ବହୁତ ଏପରି କାମ ଅଛି , ଯାହାକୁ ରୋବଟ୍ ଭଲ ଭାବରେ କରିପାରିବ । ଏଇଥିପାଇଁ ଆଜିଠୁ ଆପଣ ସାବଧାନ ହେବା ଉଚିତ୍ । କିନ୍ତୁ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ତେବେ ବହୁତ ଏପରି କାମ ଅଛି ଯାହା ରୋବଟ୍ କରିପାରିବ ନାହିଁ । ଅଟୋମେସନ୍ କମ୍ବାନି ଗୁଡ଼ିକର କ୍ଷମତା ବୃଦ୍ଧି କରାଉଛି । ଏପରି କରିବା ଦ୍ୱାରା କାମ ସହଜ ହେଉଛି । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଅନେକ ଲୋକଙ୍କ କାମ ଖୁବ ସହଜରେ କରିପାରୁଛି । ଅର୍ଥାତ୍ ରୋବଟ୍ ପାଇଁ ଅତିରିକ୍ତ ଲୋକଙ୍କୁ ଛଟେଇ କରାଯିବ ଓ ନିଯୁକ୍ତି ସୁଯୋଗରେ ଅଭାବ ଦେଖାଦେବ ।

ଭାରତରେ ପଡ଼ିବ ପ୍ରଭାବ –
ଆମ ଦେଶ ଭାରତରେ ସବୁଠାରୁ ବଡ଼ ସମସ୍ୟା ହେଲା ଚାକରି ସମସ୍ୟା । ତଥ୍ୟ ଅନୁସାରେ ବିକଶିତ ଓ ବିକାଶ ଆଡ଼କୁ ଅଗ୍ରସର ହେଉଥିବା ଦେଶ ଗୁଡ଼ିକ କେହି ବି ଏପରି ସମସ୍ୟାରୁ ରକ୍ଷା ପାଇଁ ପାରିବ ନାହିଁ । ରିପୋର୍ଟ ଅନୁସାରେ ଯେଉଁ ଦେଶର ବିକାଶ ଅଧିକ ବେଗରେ ବଢ଼ୁଛି, ସେଠାରେ ଅଧିକ ରୋବଟ୍ ବ୍ୟବହାର କରାଯିବ ।

କେଉଁ କେଉଁ ବିଭାଗରେ ଚାକରି ଯିବାର ଆସଙ୍କା ଅଧିକ ?
ମେସିନ୍ ଅପରେଟ୍, ମ୍ୟାକଡ଼ୋନାଲ୍ଡ, ପିଜ୍ଜା ହଟ୍ ପରି ଫାଷ୍ଟ୍ ଫୁଡ଼୍ ରିଟେଲ୍ ଚେନରେ କାମ କରୁଥିବା ଲୋକଙ୍କ ଚାକରୀ ଯିବାର ଅଧିକ ସମ୍ଭାବନା ରହିଛିି । ସୂଚନା ଅନୁସାରେ ୪୦ କୋଟି କର୍ମଚାରୀଙ୍କ ଚାକରୀ ଉପରେ ଅଧିକ ବିପଦ ରହିଛି । ଏଥିପାଇଁ ପରାମର୍ଶ ଦିଆଯାଉଛି ଏହି ଲୋକମାନେ ଅନ୍ୟ ଜ୍ଞାନ କୌଶଳ ଶିିଖି ନୂଆ କାମ ଖୋଜନ୍ତୁ । ଯେଉଁ ବିଭାଗରେ ଅଧିକ ବିପଦ ରହିଛି ସେହି ଲୋକମାନେ ଅଧିକ ଧ୍ୟାନ ଦେବା ଉଚିତ ।

 

କେଉଁ ନୂଆ କାମ ଶିଖିବେ –
ଚାକରି ଯିବାର ସମ୍ଭାବନା ରହିଛିି । କିନ୍ତୁ ଏଥଇପାଇଁ ଆଜିଠାରୁ ଉଦାଶ ହେବ ଦରକାର ନାହିଁ । କାରଣ ନୂତନ ଅବସର ମଧ୍ୟ ସୃଷ୍ଟି ହେବ । ତଥ୍ୟ ଅନୁସାରେ ଲୋକେ ଆଗାମୀ ସମୟରେ ବଦଳୁଥିବା ଟେକ୍ନୋଲେଜି ଦୁନିଆ ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ।

SOURCE-https://i.ndtvimg.com

ଭବିଷ୍ୟତରେ କେଉଁ କେଉଁଠି ରହିଛି ନିଯୁକ୍ତି ସୁଯୋଗ –
୧. ବିକଶିତ ଦେଶ ଗୁଡ଼ିକରେ ଜନସଂଖ୍ୟା ଖୁବ ଜୋରରେ ବଢ଼ିବାରେ ଲାଗୁଛି । ଏପରିସ୍ଥଳେ ଭାରତୀୟ ଯୁବଗୋଷ୍ଠୀଙ୍କୁ ସ୍ୱାସ୍ଥ୍ୟ ସେବାରେ ସୁଯୋଗ ବଢ଼ିବ । ଖାସକରି ବୟସ୍କ ଲୋକଙ୍କ ଦେଖାରଖା କରିବା କାମ ଶିଖିବ ଉଚି୍ତ ।

୨. ବତ୍ତର୍ମାନ ସମୟରେ ପରିବଶେଷ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏବଂ ସଚେତନତା ସୃଷ୍ଟି କରାଯାଉଛି । ଏଥିପାଇଁ ଭବିଷ୍ୟତରେ ବଗିଚାକାମ ବିଶଷଜ୍ଞଙ୍କ ଅଧିକ ଦରକାର ପଡ଼ିବ । ଏହସବୁି ବିଷୟ ଗୁଡ଼ିକରେ ଅଧିକ ଧ୍ୟାନ ଦିଅନ୍ତୁ । ଗଛ , ଲତା ଓ ଫଳ ସମ୍ମନ୍ଧିତ ସମସ୍ତ କଥା ଶିଖନ୍ତୁ ।

୩. ଜୀବନକୁ ସହଜ କରିବା ପାଇଁ ଅନେକ ସମୟରେ ବିଭିନ୍ନ ଜ୍ଞାନକୌଶଳ ଦ୍ଭାବନା ହେଉଛି । ସବୁବଳେ କିଛି ନାଁ କିଛି ନୁଆ ନୂଆଁ ଆପ୍ ବାହାରୁଛି । ଏନେଇ ମଧ୍ୟ ଧ୍ୟାନ ଦେବା ଜରୁରୀ ।

୪. କୋଚିଂ ସେଣ୍ଟରେ ମଧ୍ୟ ଭଲ ଆୟ ହେଉଛି । ଏନେଇ ମଧ୍ୟ ମଧ୍ୟ ଧ୍ୟାନ ଦେବା ଜରୁରୀ ।