ଆପଣଙ୍କ ପିଲା କେଉଁ ବହି ପଢିବେ ତାହା କହିବ ରୋବର୍ଟ ! ବୈଜ୍ଞାନିକଙ୍କ ନୂଆ ଆବିଷ୍କାର, ‘ରୋବର୍ଟ ମିନି’ ପାଠ ପଢାଇବା ସହ କରିବ ଅନେକ କାମ ।

59

ଏବେ ବିଜ୍ଞାନ ଯୁଗରେ ପ୍ରତିଟି କାମକୁ ରୋବର୍ଟ କରୁଛି । ଘର କାମ ଠାରୁ ଆରମ୍ଭ କରି କାର ତିଆରି କରିବା ପର୍ଯ୍ୟନ୍ତ ସବୁ କାମ ରୋବର୍ଟ ଦ୍ୱାରା ହୋଇପାରୁଛି । ତେବେ ଏଥିସବୁ ମଧ୍ୟରେ ବୈଜ୍ଞାନିକମାନେ ମିନି ନାମକ ଏକ ରୋବର୍ଟ ତିଆରି କରିଛନ୍ତି । ଏହି ରୋବର୍ଟ ଏବେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ପ୍ରେରିତ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପାଠପଢାରେ ସାହାଯ୍ୟ କରିବ ।

ସୂଚନା ମୁତାବକ, କେଉଁ ବହି ପଢିବା ଉଚିତ ଏବଂ କେଉଁ ବହି ପଢିବା ଅନୁଚିତ ତାହା ଏହି ରୋବର୍ଟ ପିଲାମାନଙ୍କୁ ସୂଚାଇଦେବ । ଏଥିସହିତ ପିଲାମାନଙ୍କୁ ପାଠ ପଢାଇଲା ବେଳେ ଛାତ୍ର ଛାତ୍ରୀମାନଙ୍କ ସହ ଅବିକଳ ମନୁଷ୍ୟ ଭଳି ବ୍ୟବହାର କରିବ । ଯାହାଫଳରେ ପିଲାମାନେ ଭଲ ଭାବେ ପାଠପଢିବା ସହ ମଜାମସ୍ତି ମଧ୍ୟ କରିପାରିବେ ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ମିନି ବ୍ୟବହାର ମଣିଷ ଭଳି ହୋଇଥିବାରୁ ଖୁବ ଶିଘ୍ର ପିଲାମାନେ ରୋବର୍ଟ ସହ ମିଶିଯାଇପାରିବେ । ଏବଂ ମିନି ଖୁବ ଶିଘ୍ର ଘରର ଏକ ସଦସ୍ୟ ହୋଇପାରିବ । ପ୍ରଥମେ ବୈଜ୍ଞାନିକମାନେ ରୋବର୍ଟକୁ ନେଇ ଏକ ପରିକ୍ଷଣ କରିଥିଲେ । ଏହି ପରିକ୍ଷଣରେ ଏକ ପ୍ରୋଗ୍ରାମ କରାଯାଇଥିଲା । ଏହି ପ୍ରୋଗ୍ରାମରେ ପିଲାମାନେ ରୋବର୍ଟ ସାମ୍ନାରେ ବଡପାଟିରେ ବହି ପଢି ଶୁଣାଇଥିଲେ । ପିଲାମାନେ ବହି ପଢିବାରେ କିଭଳି ଉନ୍ନତି କରିଛନ୍ତି ତା ଦେଖିବା ସହ କାହାଣି ଶୁଣି ମଣିଷ ଭଳି ପ୍ରତିକ୍ରିୟା ମଧ୍ୟ କରିଥିଲା । କାହାଣୀରେ ଯେତେବେଳେ କୌଣସି ଡରାଇଲା ଭଳି ଘଟଣା ଆସୁଥିଲା ସେତେବେଳେ ମିନି ତା ଉପରେ ପ୍ରତିକ୍ରିୟା କରି କହୁଥିଲା ‘ଓ ମୁଁ ତ ସତରେ ଡରିଗଲି’ ଠିକ ସେହିଭଳି ତା’ର ପ୍ରତିକ୍ରିଆ ଥିଲା ଯେପରି ଜଣେ ମଣିଷ ଭୁତ କାହାଣୀ ଶୁଣିଲା ବେଳେ ପ୍ରତିକ୍ରିଆ କରିଥାଏ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି, ଅଧିକାଂଶ ପିଲା ଏହି ରୋବର୍ଟକୁ ପସନ୍ଦ କରିବା ସହ ରୋବର୍ଟ ଦ୍ୱାରା ପାଠ ପଢିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।