ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ରୋବର୍ଟ ଦେବ ଔଷଧ : ତାମିଲନାଡୁର ଏକ ସରକାରୀ ହସ୍ପିଟାଲକୁ ମାନବ ରୋବର୍ଟ ଦେଲା ଘରୋଇ ସଫ୍ଟଓୟାର କମ୍ପାନୀ, ପ୍ରଶାସନର ଅନୁମତିକୁ ଅପେକ୍ଷା

983

କନକ ବ୍ୟୁରୋ : ଆଇସୋଲେସନରେ ଥିବା କରୋନା ଆକ୍ରାନ୍ତଙ୍କୁ ରୋବର୍ଟ ଦେବ ଔଷଧ । ତାମିଲନାଡୁର ଏକ ସରକାରୀ ହସ୍ପିଟାଲକୁ ଏଥିପାଇଁ ୪ଟି ମାନବ ରୋବର୍ଟ ଦେଇଛି ଏକ ଘରୋଇ ସଫ୍ଟଓୟାର କମ୍ପାନୀ । ତେବେ ହସ୍ପିଟାଲର ଡିନ୍ କହିଛନ୍ତି, ପ୍ରଶାସନ ଅନୁମତି ଦେବା ପରେ ଏହି ରୋବର୍ଟକୁ କାର୍ଯ୍ୟରେ ଲଗାଯିବ । ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ରୋବର୍ଟ । ରୋଗୀଙ୍କ ସଂସ୍ପର୍ଶରେ ଆସି ଡାକ୍ତରମାନେ ସଂକ୍ରମିତ ହେଉଛନ୍ତି । ଆକ୍ରାନ୍ତଙ୍କୁ ଔଷଧ ଯୋଗାଇବାରେ ସଫଳ ହେଲେ ଡାକ୍ତର ଓ ନର୍ସଙ୍କ ଅଭାବ ସାଙ୍ଗକୁ ଅନ୍ୟ କେତେକ ସମସ୍ୟାର ସମାଧାନ ହୋଇପାରିବ ।

ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ କେରଳରେ ସର୍ବାଧିକ ୧୯୪ ଆକ୍ରାନ୍ତ ଅଛନ୍ତି ଓ ମହାରାଷ୍ଟ୍ରରେ ୧୯୩ ଆକ୍ରାନ୍ତ ହୋଇଛନ୍ତି । ସେହିପର କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଏବଂ ବର୍ତମାନ ସୁଦ୍ଧା ୧୦୦ ଜଣ ସୁସ୍ଥ ହୋଇ ଫେରିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।