୨୦୧୮ରେ ସଡ଼କରେ ଚାଲିବ ଫୋଲଡିଂ କାର୍ ! ଗାଡି ପାର୍କିଂ କରିବାରେ ଆଉ ହେବନାହିଁ ସମସ୍ୟା

69

ଏବେ ଦିନକୁ ଦିନ ଜନବିସ୍ଫୋରଣ ଘଟିବାରେ ଲାଗିଛି । ଲୋକସଂଖ୍ୟା ଯେତିକି ବଢୁଛି , ସେହି ଅନୁପାତରେ ଗାଡିମଟର ସଂଖ୍ୟା ବି ବଢିଚାଲିଛି । ଫଳରେ ଅନେକ ବଡବଡ ସହର ବଜାର ଆଦିିରେ ପାର୍କିଂ ସମସ୍ୟା ଘଟୁଛି । ଲୋକେ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ଏବେ ଏହି ସମସ୍ୟାର ସମାଧାନ ହେବାକୁ ଯାଉଛି । ଜାପାନର ପ୍ରସିଦ୍ଧ ଏନିମେଶନ ଆର୍ଟିଷ୍ଟ କୁନିଓ ଓଳାୱରା ଏକ ଏମିତି କାର୍ ବନାଇଛନ୍ତି , ଯେଉଁଥିରେ ପାର୍କିଂ ସମସ୍ୟା ଆଉ ହେବନାହିଁ । ଏହି କାର୍ ଏକ ଫୋଲଡିଂ କାର୍ ଅଟେ । ଯାହା ସଡକରେ ଚାଲୁଥିବା ବେଳେ ନିଜର ଆକାରରେ ପରିବର୍ତ୍ତନ କରିପାରିବ ।

ଏହି ରୋବୋଟିକ୍ କାରର ନାମ earth-1  ରଖାଯିବ । ଏହି କାରକୁ ଜାପାନର ଲୋକପ୍ରିୟ ରୋବଟ ସିରିଜ ‘ଗୁଣ୍ଡମ’ର ଆର୍ଟିଷ୍ଟ ପ୍ରସ୍ତୁତ କରିଛନ୍ତି । ଟୋକିଓ ସ୍ଥିତ ଏହି କାର୍ ଡିଜାଇନ୍ ଓ ନିର୍ମାତା କଂପାନୀକୁ ଆଶା ଯେ ଏହି କାର୍ ମାର୍ଚ୍ଚ ୨୦୧୮ଯାଏ ସଡକରେ ଗଡିବାର ନଜର ଆସିପାରେ । ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଆଉ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖାଦେଇଛି ।

‘ଫୋର୍ ଲିଙ୍କ୍ ସିଷ୍ଟମ୍ସ’ ନାମକ ଏହି କଂପାନୀ ଏକ ବର୍ଷରେ ୩୦୦ କାର୍ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି । ଏହାକୁ ଏୟାରପୋର୍ଟ ନିକଟରେ ବା ଟୁରିଷ୍ଟ ପ୍ଲେସ୍ ଠାରେ ବ୍ୟବହାର କରାଯିବ । ଏହି କାରର ଖାସ୍ କଥା ଏହା ଯେ ନିଜର ଆକାର ପରିବର୍ତ୍ତନ କରିପାରିବ । ଏବଂ ଏହାକୁ ଖୁବ୍ ସହଜରେ ଦିଗ ପରିବର୍ତ୍ତନ କରି ବୁଲାଯାଇପାରିବା ମଧ୍ୟ । ଏହି ପ୍ରକାରର କାର୍ ପାର୍କିଂ ସମସ୍ୟାକୁ କିଛି ଅଂଶରେ ସମାଧାନ କରିପାରେ । ଏହା ଏକ ବୈଦ୍ୟୁତିକ କାର୍ ହେବ । ଅର୍ଥାତ୍ ଚାଳକଙ୍କୁ ଏହାକୁ ଚଳାଇବା ପୂର୍ବରୁ ଚାର୍ଜ କରିବାକୁ ପଡିବ । କଂପାନୀର କହିବାନୁସାରେ ଏହା ସମୁଦାୟ ଭାବେ ଏକ ଇକୋ-ଫ୍ରେଣ୍ଡଲି କାର୍ ହେବ । ଯାହା କି ପରିବେଶର କୌଣସି କ୍ଷତି କରିବ ନାହିଁ ।

(ସୌଜନ୍ୟ- ନବଭାରତ ଟାଇମ୍ସ )