ରୋବର୍ଟ ତିଆରି କରିବ ମନୁଷ୍ୟର ଛୋଟ ଛୋଟ ଅଙ୍ଗ ! ଚିକିତ୍ସା କ୍ଷେତ୍ର ହେବ ଆହୁରି ଉନ୍ନତ ।

30

ବୈଜ୍ଞାନିକ ମାନେ ଏକ ନୂଆ ରୋବର୍ଟ ସଂଚାଳିତ ବ୍ୟବସ୍ଥା ତିଆରି କରିଛନ୍ତି । ଯାହା ସାହାଯ୍ୟରେ ମନୁଷ୍ୟର ଛୋଟ ଛୋଟ ଅଙ୍ଗ ଖୁବ ଶିଘ୍ର ତିଆରି କରିହେବ । ଏହି ବ୍ୟବସ୍ଥାକୁ ମିନି ଅର୍ଗାନ ବା  ଅର୍ଗାନାୟଡ କୁହାଯାଉଛି । ରୋବର୍ଟ ତିଆରି କରିବାକୁ ଥିବା ମନୁଷ୍ୟର ଅଙ୍ଗ ଗୁଡିକ ମଣିଷର ଅସଲି ଅଙ୍ଗ ପରି କାମ କରିବ । ଯାହା ଦ୍ୱାରା ଚିକିତ୍ସା କ୍ଷେତ୍ରରେ ଉନ୍ନତି ହେବ । ଏବଂ ଲୋକ ମାନେ ମଧ୍ୟ ଉପକୃତ ହୋଇପାରିବେ । ବଶେଷଜ୍ଞଙ୍କ କହିବା ଅନୁସାରେ ଔଷଧ ପ୍ରୟୋଗ ଠାରୁ ଅର୍ଗାନାୟଡ ଅଧିକ ସଫଳତା ଲାଭ କରିଛି ।

ପୂର୍ବରୁ ହେଉଥିବା ରିସର୍ଚ୍ଚ ବିଧିବଦ୍ଧ ଭାବରେ ହୋଇଥାଏ । ପ୍ରଥମେ ଜୀବାଣୁ ମାନଙ୍କୁ ବୃଦ୍ଧି କରାଯାଇଥାଏ ଏବଂ କାର୍ଯ୍ୟରେ ଲଗାଇଥାଏ । ଏହି ସବୁ ପ୍ରଣାଳୀରେ ବହୁତ ସମୟ ଲାଗିଥାଏ କିନ୍ତୁ ଏହା ବେଳେ ବେଳେ ପରିମାଣରେ କମ ବେଶି ହୋଇଯିବା କାରଣରୁ ଅସଫଳ ମଧ୍ୟ ହୋଇଯାଇଥାଏ । କିନ୍ତୁ ରୋବର୍ଟ ଦ୍ୱାରା ତିଆରି ହେବାକୁ ଯାଉଥିବା ଏହି ପ୍ରଣାଳୀରେ ସମସ୍ତ କାର୍ଯ୍ୟ ରୋବର୍ଟ ସମ୍ପାଦନ କରିବ ଏବଂ ସଠିକ ଭାବରେ କରିବ । ଯାହା ଦ୍ୱାରା ଅଧିକରୁ ଅଧିକ ଛୋଟ ଅଙ୍ଗ ବା ଅର୍ଗାନ ଉତ୍ପାଦନ କରାଯାଇପାରିବ । ୟୁନିଭରସିଟି ଅଫ ୱାସିଂଟନର ପ୍ରଫେସର ବେଂଜାମିନ ଫ୍ରିଡମେନଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରୋବର୍ଟିକ ବ୍ୟବସ୍ଥା କମ ସମୟ ମଧ୍ୟରେ ଏବଂ ନିର୍ଭୁଲ ଭାବରେ କାମ କରିପାରିବ । ଏହା ଜରିଆରେ ରୋଗ ଗୁଡିକର ଉପଚାର ଖୋଜିବାରେ ସାହାଯ୍ୟ ମିଳିପାରିବ ।