ବଢୁଛି ଅଡୁଆ ! ବିକାନେର ଜମି ଦୁର୍ନୀତି ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ରବର୍ଟ ଭଦ୍ରା,ମାଙ୍କୁ ବି ହେବ ଜେରା

69

କନକ ବ୍ୟୁରୋ : ବଢିଲା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଅଡୁଆ । ରାଜସ୍ଥାନର ବିକାନେର ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଭଦ୍ରାଙ୍କ ସମେତ ତାଙ୍କ ମା ମୌରୀନ ମଧ୍ୟ ଇଡିରେ ହେବେ ହାଜର । ଏଥିପାଇଁ ଭଭୟ ଜୟପୁରରେ ପହଂଚିସାରିଛନ୍ତି ।

ଇଡିରେ ହାଜର ହେବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରବର୍ଟଙ୍କୁ ଭେଟିବା ଲାଗି ପ୍ରିୟଙ୍କା ଗାନ୍ଧି ଗତକାଲି ଜୟପୁର ଯାଇଥିଲେ । ବିଭିନ୍ନ ମାମଲାରେ ରବର୍ଟ ଭଦ୍ରାଙ୍କୁ ବର୍ତମାନ ସୁଦ୍ଧା ଇଡି ୩ ଥର ଜେରା କରିସାରିଲାଣି । ପ୍ରଥମ ଥର ଲାଗି ଦିଲ୍ଲୀରେ ରବର୍ଟଙ୍କୁ ପଚରାଉଚରା ବେଳେ ପ୍ରିୟଙ୍କା ତାଙ୍କୁ ଛାଡିବାକୁ ଇଡି ଅଫିସ ଆସିଥିଲେ ।