ଇଡିରେ ଜେରାର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ରବର୍ଟ ଭଦ୍ରା: କହିଲେ, ନିଶ୍ଚୟ ସତ୍ୟର ହେବ ଜୟ

152

କନକ ବ୍ୟୁରୋ: ଇଡିରେ ଜେରାର ସମ୍ମୁଖୀନ ହେବା ପରେ ପ୍ରଥମ ଥର ପାଇଁ ଆଜି ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରା । ସେ ଫେସବୁକରେ ଏକ ପୋଷ୍ଟ କରି ନିଜର ମନର କଥାକୁ ପ୍ରକାଶ କରିଛନ୍ତି । ଭଦ୍ରା ଫେସବୁକ୍ ଆକାଉଂଟରେ ସୁପ୍ରଭାତ ସହ ଶୁଭ ରବିବାର ଲେଖି ଶୁଭେଛା ଜଣାଇଛନ୍ତିି । ଏହା ସହିତ ଏଭଳି ସମୟରେ ଯେଉଁମାନେ ତାଙ୍କ ସାଥିରେ ରହିଛନ୍ତି ସେହି ସମସ୍ତ ବନ୍ଧୁ ଓ ପରିଚିତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସେ ନିଜେ ଠିକ୍ ଅଛନ୍ତି ଓ କୈଣସି ବି ଘଟଣାର ସମ୍ମୁଖୀନ ହେବା ପାଇଁ ଅନୁଶାସିତ ଓ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ ସବୁବେଳେ ସତ୍ୟର ଜୟ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି । ଭଦ୍ରାଙ୍କୁ ମନି ଲଣ୍ଡ୍ରିଙ୍ଗ କାରବାର ନେଇ ଇଡି ପକ୍ଷରୁ ଲଗାତାର ତିନି ଦିନ ଧରି ବୁଧବାର, ଗୁରୁବାର ଓ ଶନିବାର ଦୀର୍ଘ ୨୨ଘଂଟା ଜେରା କରାଯାଇଥିଲା । ତେବେ ତାଙ୍କ ନାଁରେ ଆସୁଥିିବା ଏହି ଅଭିଯୋଗକୁ ପୂର୍ବରୁ ଖଣ୍ଡନ କରିଆସୁଛନ୍ତି ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରା ।