ମନି ଲଣ୍ଡରିଂ ମାମଲାରେ ପୁଣି ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ଲଗାତର ଦ୍ୱିତୀୟ ଦିନରେ ତଥ୍ୟ ଓ ଆବଶ୍ୟକୀୟ ଦସ୍ତାବିଜ୍ ସହ ଜେରା କରିବେ ଅଧିକାରୀ

ମନି ଲଣ୍ଡରିଂ ମାମଲାରେ ପୁଣି ଇଡିରେ ହାଜର ହେଲେ ରବର୍ଟ ଭଦ୍ରା

77

କନକ ବ୍ୟୁରୋ : ପୁଣି ଇଡିରେ ହାଜର ହେଲେ ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରା । ଲଗାତାର ଦ୍ୱିତୀୟ ଦିନ ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ରବର୍ଟ । ଆବଶ୍ୟକୀୟ କାଗଜ ପତ୍ର ଓ ତଥ୍ୟ ସହ ରବର୍ଟ ଭଦ୍ରାଙ୍କୁ ଜେରା କରିବେ ଇଡି ଅଧିକାରୀ । ବେଆଇନ ଅର୍ଥ କାରବାର ନେଇ ପଚରାଉଚରା ପୂର୍ବରୁ ଇଡି ଅଫିସରେ ପହଂଚିସାରିଥିଲେ ଭଦ୍ରାଙ୍କ ଓକିଲ । ଗତକାଲି କାଲି ପ୍ରାୟ ୬ ଘଂଟା ଧରି ରବର୍ଟ ଭଦ୍ରାଙ୍କୁ ଜେରା କରିଥିଲା ଇଡି ।

ଇଡି ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରପର୍ଟି ନେଇ ରବର୍ଟ ଭଦ୍ରା ସଞ୍ଜୟ ଭଣ୍ଡାରୀଙ୍କ ସମ୍ପର୍କୀୟ ସୁମିତ ଚଢାଙ୍କୁ ଇ-ମେଲ କରିଥିଲେ । ସୁମିତ ଚଢା ବି ସଞ୍ଜୟ ଓ ରବର୍ଟଙ୍କୁ ଇ-ମେଲ କରିଥିଲେ । ଏହାକୁ ନେଇ ଇଡି, ରବର୍ଟଙ୍କୁ ଆଜି ଜେରା କରିପାରେ । ଜେରା ବେଳେ ଇ-ମେଲର କପି ଦେଖାଇପାରେ ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ଦାବି କରିଛି, ଏଜେନ୍ସି ରବର୍ଟ ଭଦ୍ରାଙ୍କ ସବୁ ଇ-ମେଲକୁ ଟ୍ରାକ କରିଛି । ବେଆଇନ ଅର୍ଥ କାରବାର ମାମଲାରେ ଦିଲ୍ଲୀ କୋର୍ଟ ରବର୍ଟଙ୍କ ଗିରଫଦାରୀ ଉପରେ ୧୬ ଫେବୃଆରୀ ଯାଏଁ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଇଡି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଡିର ୩ ଜଣ ବରିଷ୍ଠ ଅଧିକାରୀ ଏହି ଜେରାରେ ସାମିଲ ହୋଇଛନ୍ତି ।