ଗ୍ରାହକଙ୍କୁ ଖାଇବା ବାଢୁଛି ରୋବଟ୍ ! ଉପଭୋକ୍ତାଙ୍କ ପସନ୍ଦ ମୁତାବକ ଖାଦ୍ୟ ପରଷୁଛନ୍ତି ରୋବଟ୍ ପରିଚାରିକା ।

87

କନକ ବ୍ୟୁରୋ : ବିଦେଶରେ ରୋବଟ୍ ୱେଟର୍ ଖାଦ୍ୟ ପରିବେଷଣ କରିବା ଆପଣ ଦେଖିଥିବେ ତେବେ ଏଭଳି ନିଆରା ଅନୁଭୂତି ହାଇଦ୍ରାବାଦରେ ବି ମିଳିବ  । ହାଇଦ୍ରାବାଦରେ ଏବେ ଆରମ୍ଭ ହୋଇଛି ଚେନ୍ନାଇ ରୋବୋ କିଚେନର ଏକ ଶାଖା  । ଏହି ରେଷ୍ଟୁରାଂଟରେ ରୋବଟ୍ କରୁଛନ୍ତି ଖାଦ୍ୟ ପରିବେଷଣ  । ରୋବଟ୍ ପରିଚାରିକା ଗ୍ରାହକଙ୍କୁ ସେମାନଙ୍କ ପସନ୍ଦର ଖାଦ୍ୟ ପରଷୁଛନ୍ତି  । ଏହାକୁ ନେଇ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି  ।

ଗ୍ରାହକଙ୍କୁ ଖାଇବା ପରସୁଛି ରୋବର୍ଟ । ଯାହାକୁ ଯାହା ଦରକାର ପାଖରେ ଆଣି ପହଂଚାଇ ଦେଉଛି ରୋବର୍ଟ । ଇଣ୍ଡିଆନ ହେଉ କି ଚାଇନିଜ ସମସ୍ତ ପ୍ରକାର ଅର୍ଡ଼ରକୁ ଗ୍ରାହକଙ୍କ ପାଖରେ ପହଂଚାଇବାରେ ସଫଳ ହେଉଛିି ରୋବର୍ଟ । ଏଠାକୁ ଆସୁଥିବା ଗ୍ରାହାକଙ୍କୁ ସ୍ୱାଗତ ମଧ୍ୟ କରୁଛିି ରୋବର୍ଟ  । ଏହା ସହ ଲୋକଙ୍କ  ପାଖରୁ ଖାଇବା ଅର୍ଡ଼ର ମଧ୍ୟ ଗ୍ରହଣ କରୁଛି । ଏଠାରେ ୱେଟର ବଦଳରେ ବ୍ୟବହାର ହେଉଛି ରୋବର୍ଟ  । ପ୍ରଥମ ଥର ପାଇଁ ହାଇଦ୍ରାବାଦର ଜୁବୁଲି ହିଲ୍ସ ଅଲ୍କାଜାର ମଲରେ ରୋବୋ କିଚେନ ରେଷ୍ଟୁରାଂଟ ଖୋଲା ଯାଇଛି । ରୋବର୍ଟ ନାଁ ରଖାଯାଇଛି ବିଉଟି ସଫିଂ ରୋବର୍ଟ ।

ବର୍ତମାନ ଏହି ରେଷ୍ଟୁରାଂଟରେ ୪ଟି ରୋବର୍ଟର ବ୍ୟବହାର କରାଯାଉଛି  । ଏହି ରୋବର୍ଟକୁ ଆକ୍ଟିଭ ରଖିବା ପାଇଁ ୩ଘଂଟା ପର୍ଯ୍ୟନ୍ତ ଚାର୍ଜ ଦିଆଯାଉଛି  । ରେଷ୍ଟୁରାଂଟର ମୁଖ୍ୟ ମଣିକାନ୍ତ କହିଛନ୍ତି, ରେଷ୍ଟୁରାଂଟରେ ଗ୍ରାହକ ପ୍ରବେଶ କରିବା ମାତ୍ରେ ତାଙ୍କୁ ଟ୍ୟାବ ଧରାଯାଏ  । ଯାହା ଦ୍ୱାରା ସେ ଖାଇବା ଅର୍ଡ଼ର କରନ୍ତି । ସେମାନେ ଯାହା ଅର୍ଡ଼ର କରନ୍ତି ରୋବର୍ଟ ସଙ୍ଗେ ସଙ୍ଗେ ଆଣି ତାଙ୍କ ପାଖରେ ପହଂଚାଇ ଦେବାରେ ସଫଳ ହୁଏ  । ସାଧାରଣରେ ରୋବର୍ଟର ହାତ ପରସା ଖାଇବା ପାଇଁ ମଧ୍ୟ ଏଠାରେ ବେଶ ଗହଳି ଲାଗେ । ରୋର୍ବଟ କିଚନ ରେଷ୍ଟୁରାଂଟର ଚେନ୍ନାଇରେ ଏକ ଶାଖା ଅଛି । ଏଠାରେ ମଧ୍ୟ ଗ୍ରାହକଙ୍କୁ ରୋବର୍ଟ ଖାଇବା ପରସିଥାଏ ।