ନିର୍ବାଚନ ଲଢିବ ରୋବର୍ଟ ! ୨୦୨୦ ନିଉଜିଲ୍ୟାଣ୍ଡ ସାଧାରଣ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ ରୋବର୍ଟ

49

ଆଜିକାଲି ଦୁନିଆରେ ବିଭିନ୍ନ କ୍ଷେତ୍ରରେ ରୋବର୍ଟର ଦଖଲ ବଢିବାରେ ଲାଗିଛି । ଆଗରୁ ଅଫିସ କାମ ଠାରୁ ସୀମାରେ ସୁରକ୍ଷା ଦେବା ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ରୋବର୍ଟର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି । କିନ୍ତୁ ଆପଣ ଏବେ ରୋବର୍ଟକୁ ଏକ ସ୍ୱତନ୍ତ୍ର ସ୍ଥାନରେ ଦେଖିବାକୁ ପାଇବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ନିଉଜିଲ୍ୟାଣ୍ଡର ବୈଜ୍ଞାନିକମାନେ ରୋବର୍ଟ ନେତା ନିର୍ମିତ କରିବାରେ ସକ୍ଷମ ହୋଇଛନ୍ତି । ଏହା ସମସ୍ତ ନେତାଙ୍କର ନେତା ହେବ । ଏହି ରୋବର୍ଟ ନେତା ପୃଥିବୀରେ ପ୍ରଥମ ବୋଲି ଜଣାପଡିଛି ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୈଜ୍ଞାନିକମାନେ ପୃଥିବୀର ପ୍ରଥମ କୃତ୍ରିମ ବୁଦ୍ଧିମାନ ରୋବର୍ଟ ନେତା ବନାଇ ପାରିଛନ୍ତି । ଯିଏ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ବିଷୟରେ ଅବଗତ ଅଛି । ବାସଗୃହ, ଶିକ୍ଷା, ଓ ବୈଦେଶିକ ନୀତିି ସମ୍ପର୍କରେ ଜାଣିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରିବ । କେବଳ ସେତିକି ନୁହେଁ ୨୦୨୦ରେ ନିଉଜିଲ୍ୟାଣ୍ଡରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଲଢିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି ।
ଏହି ରୋବର୍ଟ ନେତାଙ୍କର ନାଁ ରହିଛି ସାମ ଏବଂ ଏହାର ସ୍ରଷ୍ଟା ହେଉଛନ୍ତି ନିଉଜିଲ୍ୟାଣ୍ଡର ୪୯ ବର୍ଷିୟ ଶିଳ୍ପପତି ନିକି ଗେରିଟସନ । ସେ କହିଥିଲେ ଆଜିକାଲି ରାଜନୀତିରେ ଅନେକ ପାତର ଅନ୍ତର ଦେଖିବାକୁ ମିଳୁଛି । ସବୁଠି ଭଲ ଲୋକମାନେ ରାଜନୀତିକୁ ଆସୁନାହାନ୍ତି । ଏହି ଜଟିଳ ସମସ୍ୟାର ସମାଧାନ ପାଇଁ କୌଣସି ଦେଶ ଆଗ୍ରହ ପ୍ରକାଶ କରୁନାହାନ୍ତି । ଜଳବାୟୁ ପରିବର୍ତନ ଓ ସମାନତା ଭଳି ଜଟିଳ ସମସ୍ୟାର ସମଧାନ କରିବା ପାଇଁ ବିଶ୍ୱର କୌଣସି ଦେଶ ସମର୍ଥ ନୁହନ୍ତି । ଏହି କୃତ୍ରିମ ବୁଦ୍ଧିମାନ ନେତା କିପରି ଲୋକଙ୍କୁ ସେମାନଙ୍କ ସମସ୍ୟାର ସମାଧାନ କରାଇ ପାରିବ ସେଥିପାଇଁ ନିୟମିତ ଭାବେ ଅଭ୍ୟାସ କରୁଛି ।

ଫେସବୁକ ମେସେଂଜର ମାଧ୍ୟମରେ ଲୋକଙ୍କ ସହ କିପରି ଯୋଡିହେବ ସେଥିପାଇଁ ଅଭ୍ୟାସ ଚଳାଇଛି । ଗେରିଟସନ କହିଛନ୍ତି ମଣିଷ କେତବେଳେ ପ୍ରଭାବିତ ହୋଇପାରେ କିନ୍ତୁ ବୈଷୟିକ କୈାଶଳ କେବେ ବି ପ୍ରଭାବିତ ହେବ ନାହିଁ । ‘ଟେକ ଇନ ଏସିଆ’ ପ କ୍ଷରୁ କୁହାଯାଇଛି ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ନୁହେଁ କିନ୍ତୁ ଏହା ରାଜନୈତିକ ଓ ସାଂସ୍କୃତିକ ବୈଷମ୍ୟତା ଦୂର କରିବାରେ ସକ୍ଷମ ହେବ । ନିଉଜିଲ୍ୟାଣ୍ଡରେ ସାଧାରଣ ନିର୍ବାଚନ ୨୦୨୦ ଶେଷ ଭାଗରେ ହେବ । ଗେରିଟସନ ବିଶ୍ୱାସ ରଖିଛନ୍ତି ସାମ ୨୦୨୦ ପାଇଁ ପ୍ରାର୍ଥା ହେବା ପାଇଁ ନିଜକୁ ପ୍ରସ୍ତୁତ କରୁଛି ।

ସୌଜନ୍ୟ: ଆଜତକ