କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଂଜ ! ଜଣେ ବ୍ୟବସାୟୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

36

କନକ ବ୍ୟୁରୋ : କମିଶନରେଟ ପୁଲିସକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ଲୁଟେରା । ଭୁବନେଶ୍ୱରର ୟୁନିଟ-୧ ହାଟ ପାଖରୁ ଜଣେ ବ୍ୟବସାୟୀଙ୍କ ପାଖରୁ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଲୁଟେରା । ୩ ଜଣ ଦୃବୁର୍ତ ଏକ ବାଇକରେ ଆସି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଏହି ଲୁଟ କରିଥିଲେ । ଏହାପରେ ବ୍ୟବସାୟୀ ଚିତ୍କାର କରିଥିଲେ ବି ଲୁଟେରା ଖସିଯାଇଥିଲେ । ଏ ନେଇ ବ୍ୟବସାୟୀ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଲୁଟ ଘଟଣାର ତଦନ୍ତ ଜାରି ରଖିଛି ।