ରୁଆନୁର ପ୍ରଥମ ତାଣ୍ଡବ : ପାରାଦୀପରେ ଭାଙ୍ଗିଲା ୧୫ରୁ ଅଧିକ ଘର

16

roanuପାରାଦୀପ : ବାତ୍ୟା ରୁଆନୁର ପ୍ରଭାବ ଓଡିଶା ଉପକୂଳ ଅଂଚଳରେ ଅନୁଭତ ହୋଇଛି । ପାରାଦୀପ ଷଣ୍ଢକୁଦ ବସ୍ତିରେ ୧୫ରୁ ଅଧିକ ଘର ରୁଆନୁ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରୁ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଘରଗୁଡିକର କାନ୍ଥ ସାମାନ୍ୟ ଦବିଯାଇଥିଲା । ହଠାତ୍ ଘୂର୍ଣ୍ଣିଝଡ ଆସିବାରୁ କେତେକ ଘରର ଆଜବେଷ୍ଟସ ଉଡିଯାଇଥିବା ବେଳେ ଚାଳଛପରର ଉଡିଯାଇଛି । ଘଟଣାସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଓ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ଏହା ସହ ୫୦ କିଲୋମିଟର ଦୂରରେ ରୁଆନୁ : ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା