୫୦ କିଲୋମିଟର ଦୂରରେ ରୁଆନୁ : ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା

85

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପାରାଦୀପଠାରୁ ଆଉ ୫୦ କିଲୋମିଟର ଦୂରରେ ବାତ୍ୟା ‘ରୁଆନୁ’ । ଘଂଟା ପ୍ରତି ୨୦ କିଲୋମିଟର ବେଗରେ ଓଡିଶା ଉପକୂଳ ଦେଇ ଗତି କରିବ ଏହି ସାମୁଦ୍ରିକ ଝଡ । ଆଜି ରାତିରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ଏହିି ସମୟରେ ପବନର ବେଗ ୧୦୦ ରୁ ୧୧୦ କିଲୋମିଟର ଯାଏଁ ବଢିପାରେ । ଦକ୍ଷିଣ ଓଡିଶାରେ ପବନର ବେଗ ୯୦ ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ଉତର ଓଡିଶାରେ ଏହାର ବେଗ ୭୦ କିଲୋମିଟର ରହିପାରେ । ତେବେ ବର୍ତମାନ ଯାଏଁ ସାମୁଦ୍ରିକ ଝଡ ରୁଆନୁର ଗତିପଥରେ ସେଭଳି କୌଣସି ପରିବର୍ତନ ହୋଇନାହିଁ । ପୂର୍ବ ଅନୁମାନ ଅନୁସାରେ ଏହା ବାଂଲାଦେଶର ଚିଟାଗଂଗରେ ହିଟ୍ କରିବ ।

ସେପଟେ ବାତ୍ୟା ଖବର ନିଦ ହଜାଇଦେଇଛି ଉପକୂଳବାସୀଙ୍କ । ସମୁଦ୍ରରେ ଗର୍ଜନ କରୁଛି ଦୁଇରୁ ଅଢେଇ ଫୁଟର ଲହଡି । ଆଉ ଚାଳ ଛପର ଓ ମାଟିର ଘରେ ବାତ୍ୟା ଭୟରେ ଆତଙ୍କିତ ହୋଇପଡିଛି ମତ୍ସଜୀବୀ । ଫାଇଲିନ୍ ଓ ହୁଡହୁଡ୍ ଭଳି ଏତେଟା ଶକ୍ତିଶାଳୀ ନୁହେଁ ରୁଆନ, ହେଲେ ସମୁଦ୍ରକୂଳିଆ ବାସୀଙ୍କ ମନରୁ ଲିଭିନି ଆତଙ୍କ ।

ଏହା ସହ ପାଖେଇ ଆସୁଛି ରୁଆନୁ : ଘଂଟା ପ୍ରତି ବେଗ ୩୦ କିଲୋମିଟର