ରାଜରାସ୍ତାରେ ଜଳିଲା ନିଆଁ : ଆସ୍କା ଥାନା ଆଇଆଇସି ବଦିଳି ବିରୋଧରେ ତାତିଲେ ଲୋକ

ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ

144

କନକ ବ୍ୟୁରୋ: ରାଜରାସ୍ତାରେ ଜଳିଲା ନିଆଁ । ଆସ୍କା ଥାନା ଆଇଆଇସିଙ୍କ ବଦଳିକୁ ବିରୋଧ କରି ଆଜି ପୁରା ସହରରେ ନିଆଁ ଜଳିଛି । ଆଇଆଇସି ଏସକେ ଜେନାଙ୍କୁ ଆସ୍କାକୁ ରାଉରକେଲାରୁ ବଦଳି କରାଯାଇଛି । ଫଳରେ ଥାନା ବାବୁ୍କ ସପକ୍ଷରେ ବାହାରିଛନ୍ତି ସହରବାସୀ ।

ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ଆସିକା-କଳିଙ୍ଗା ରାସ୍ତା ଅବରୋଧ କରିଛନ୍ତି । ଏସ କେ ଜେନାଙ୍କ ଆସ୍କାରେ ଲୋକ ସଂପର୍କ ବହୁତ ଥିଲା । ସହରରେ ଅପରାଧିକ ନିୟନ୍ତ୍ରଣ ପାଇଁ ମଧ୍ୟ ସେ ବଡ ପଦକ୍ଷେପ ନେଇଥିଲେ । ତେଣୁ ତାଙ୍କ ବଦଳି ନକରିବାକୁ ଲୋକ ଦାବି କରିଛନ୍ତି ।