ନିଆଳିରେ ମେଂଢ଼ା ହରାଇଥିବା ଛୋଟ ଚାଷୀମାନଙ୍କୁ କ୍ଷତିପୂରଣ ଦାବିରେ ରାସ୍ତାରୋକ !

46

କନକ ବ୍ୟୁରୋ : ନିଆଳିରେ ମେଂଢ଼ା ହରାଇଥିବା ଛୋଟ ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ରାସ୍ତାରୋକ କରାଯାଉଛି । ସରକାରୀ ଭାବେ ନିଆଳିରେ ୧୦୦ରୁ ଅଧିକ ମେଂଢ଼ାଙ୍କୁ ଜଙ୍ଗଲୀ ଜନ୍ତୁ ଖାଇଥିବା ଜଙ୍ଗଲ ବିଭାଗ ସ୍ୱୀକାର କରୁଛି । ମାତ୍ର କ୍ଷତିପୂରଣ ଦେବା ନେଇ ପଶୁସଂପଦ ବିଭାଗ ଓ ଜଙ୍ଗଲ ବିଭାଗ ଭିତରେ ଜାରି ରହିଛି ଟଣାଓଟରା । କୃଷି ଓ ପଶୁସଂପଦ ବିକାଶ ମନ୍ତ୍ରୀ ଦାମ ରାଉତ କହିଛନ୍ତି- ମେଂଢ଼ାକୁ ଜଙ୍ଗଲୀ ଜନ୍ତୁ ମାରୁଛନ୍ତି । ହାତୀ ଆକ୍ରମଣରେ କ୍ଷତି ହେଲେ ଜଙ୍ଗଲ ବିଭାଗ କ୍ଷତିପୂରଣ ଦେଉଛି ।

ସେହିଭଳି ମେଂଢ଼ା ପାଇଁ ଜଙ୍ଗଲ ବିଭାଗ କ୍ଷତିପୂରଣ ଦେବା କଥା । ଏହା ପଶୁସଂପଦ ବିଭାଗର କାମ ନୁହେଁ । ମାତ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଉତ୍ତର ଭିନ୍ନ । ମନ୍ତ୍ରୀ ରାଉତରାୟ କହିଛନ୍ତି- ହାତୀ ପାଇଁ କ୍ଷତିପୂରଣ ଦେବା ପାଇଁ ଆଇନରେ ବ୍ୟବସ୍ଥା ରହିଛି । ମାତ୍ର ମେଂଢ଼ା ପାଇଁ ନାହିଁ । ମେଂଢ଼ା ପାଇଁ କ୍ଷତିିପୂରଣ ଦେବାକୁ ବିଚାର କରାଯାଉଛି । ଅନ୍ୟପଟରେ ରାମଶିଆଳଙ୍କୁ ଧରିବା ପାଇଁ ବାରିପଦା ଶିମିଳିପାଳରୁ ତାଲିମପ୍ରାପ୍ତ ଲୋକଙ୍କୁ ଅଣାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।