ରାସ୍ତା କଡ଼ରେ ବୃକ୍ଷରୋପଣ କରିବା ପରିବର୍ତ୍ତେ ଲଗାନ୍ତୁ ହେଜ୍ (ସବୁଜ ବାଡ଼), ୬୩ ପ୍ରତିଶତ କମ୍ ହେବ ପ୍ରଦୂଷଣ 

332

କନକ ବ୍ୟୁରୋ : ବାୟୁ ପ୍ରଦୂଷଣ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ଶିଳ୍ପାୟନ, ସହରୀକରଣ, ଆଧୁନିକୀରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଆଗାମୀ ଦିନରେ ମଧ୍ୟ ଏଥି ପାଇଁ ମଣିଷସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କୁହନ୍ତି । ଆଜିର ଦିନରେ ବିଶୁଦ୍ଧ ପାଣି-ପବନ ପାଇବା ବେଶ୍ କଷ୍ଟକର ହୋଇପଡ଼ୁଛି ।

ସାରା ବିଶ୍ୱରେ ପ୍ରଦୂଷଣ ସ୍ଥିତି ଏବେ ଉକ୍ରଟ । ଏବେ ପ୍ରଦୂଷଣ ସବୁଠାରୁ ବଡ଼ ସଙ୍କଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ସଡ଼କରେ ଲକ୍ଷ ଲକ୍ଷ ଗାଡ଼ିମଟର ଚାଲିବା ଦ୍ୱାରା ବାୟୁ ପ୍ରଦୂଷଣ ମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି  । ଆଉ ଏହାକୁ ନିୟନ୍ତ୍ରିତ କରିବା ପାଇଁ ସହରର ରାସ୍ତା କଡ଼େ କଡ଼େ ବୃକ୍ଷ ରୋପଣ କରାଯାଉଛି । କିନ୍ତୁ ଏକ ସର୍ଭେ ଅନୁସାରେ ଦାବି ହେଉଛି ବୃକ୍ଷ ରୋପଣ ବଦଳରେ ହେଜ୍ (ସବୁଜ ବାଡ) ଲଗାଇବା ଦ୍ୱାରା ପ୍ରଦୂଷଣ କମ୍ ହୋଇପାରିବ । ସୂଚନାଯୋଗ୍ୟ ବୃକ୍ଷକୁ ସମାନ ଆକାରରେ କାଟି ହେଜ୍ ତିଆରି କରାଯାଏ । ପାର୍କରେ ଏହାକୁ ବାଡ଼ ପରି ମଧ୍ୟ ବ୍ୟବହାର କରାଯାଏ ।

ବ୍ରିଟେନରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ହେଜ୍ ବାୟୁରେ ଥିବା ବ୍ଲାକ କାର୍ବନ ମାତ୍ରାକୁ ୬୩ ପ୍ରତିଶତ କମ୍ କରାଇଥାଏ । ତେବେ ଏହାର ସତ୍ୟତା ଜାଣିବା ପାଇଁ ବ୍ରିଟେନର ୬ ଟି ସ୍ଥାନରେ ହେଜ୍ ଲଗାଯାଇଥିଲା ।

ସର୍ଭେ ପାଇଁ କିଛି ଅଂଚଳର ରାସ୍ତାରେ ହେଜ୍ ଓ କିଛି ସ୍ଥାନରେ ବୃକ୍ଷ ରୋପ ଣ କରାଯାଇଥଇଲା । ତେବେ ସର୍ଭେରୁ ଜଣାପଡ଼ିଲା ସବୁଜ ବାଡ଼  ବା ହେଜ୍ ଲଗାଯାଇଥିବା ଅଂଚଳରେ ପ୍ରଦୂଷଣ ମାତ୍ରା କମ ହୋଇଛି । ବୃକ୍ଷରୋପଣ ତୁଳନାରେ ରାସ୍ତା କଡ଼଼ରେ ହେଜ୍ ଲଗାଇଥିବା ଅଂଚଳରେ ବାୟୁ ପ୍ରଦୂଷଣ ଅଧିକ ନିୟନ୍ତ୍ରିତ ହୋଇପାରିଛି  । ଏବଂ ବୃକ୍ଷ ରୋପଣ କରିଥିବା ସ୍ଥାନରେ ସେତଟୋ ପ୍ରଭାବ ଦେଖିବା ପାଇଁ ମିଳିନଥିଲା । ବୈଜ୍ଞାନିକଙ୍କ ଅନୁସାରେ ହେଜ୍ ଅଙ୍ଗାଳକାମ୍ଳ ସହ ବାୟୁରେ ଥିବା ପ୍ରଦୂଷଣ ସୃଷ୍ଟି କରୁଥିବା କଣାକୁ କମ୍ କରେ ।