ବିବାହରେ ଅଭିନବ ପ୍ରୟାସ : କନ୍ୟାଦାନରେ ନବଦମ୍ପତିଙ୍କୁ ହେଲମେଟ୍ ଦେଇ ସଡକ ସୁରକ୍ଷାର ଦେଲେ ବାର୍ତ୍ତା

82

ମେହସାଣାର ୧୨ଟି ଗାଁର ପଟିଦାର ସମାଜ ସାମୁହିକ ବିବାହ ଆୟୋଜନ କରିଥିଲେ । ଏହି ବିବାହ ସମାରୋହରେ ସମାଜ ଦ୍ୱାରା ସଡକ ସୁରକ୍ଷାର ବାର୍ତ୍ତା ଦେଇ ଏକ ନୂଆ ପ୍ରୟାସ କରାଯାଇଛି । ଯେଉଁଥିରେ ୧୨ଟି ଗାଁର ନବଦମ୍ପତିଙ୍କୁ କନ୍ୟାଦାନରେ ହେଲମେଟ୍ ବଣ୍ଟାଯାଇଛି ଓ ଘର ବାହାରେ ଦୁଇ ଚକିଆ ବାହନ ନେଇକି ଯିବା ସମୟରେ ହେଲମେଟ୍ ପିନ୍ଧିବାକୁ ଶପଥ ବି କରାଇଲେ । ମେହସାଣାର ମୋଢ଼େରା ରୋଡରେ ସ୍ଥିତ ଅବସର ପାର୍ଟି ପ୍ଲଟରେ ପଟିଦାର ସମାଜ ୨୫ଟି ଯୋଡିଙ୍କ ପାଇଁ ସାମୁହିକ ବିବାହର ଆୟୋଜନ କରିଥିଲା ।

ଏହି ସାମୁହିକ ବିବାହ ସମାରୋହର ବିଶେଷ କଥା ଏହା ଯେ, ପ୍ରତିବର୍ଷ ଏହି ସମାଜର ଲୋକ ଏକତ୍ରିତ ହୁଅନ୍ତି ଏବଂ ଦାନଦାତାଙ୍କ ସହାୟତାରେ ସାମୁହିକ ବିବାହର ପୁରା ଖର୍ଚ୍ଚ ଉଠାଯାଏ । ଏହି ବିବାହ ସମାରୋହରେ ନବଦମ୍ପତିଙ୍କ ଜୀବନରେ କାମକୁ ଆସୁଥିବା ସମସ୍ତ ଜରୁରୀ ଜିନିଷ ଦିଆଯାଏ, ଯଦ୍ୱାରା ତାଙ୍କୁ ନିଜ ଘର ବସାଇବାରେ ସାହାଯ୍ୟ ମିଳିପାରିବ ଓ ନବଦମ୍ପତିଙ୍କ ବୈବାହିକ ଜୀବନରେ ଖୁସି ନଜର ଆସିବ । ଏଥର ଏକ ବିଶେଷ ପ୍ରକାରର ଆୟୋଜନ ହୋଇଥିଲା । ସମାଜର ଯେଉଁ ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା, ତାଙ୍କୁ ଶ୍ରଦ୍ଧାଂଜଳି ଓ ସଡକ ସୁରକ୍ଷା ବାର୍ତ୍ତା ଦେବାର ଉଦ୍ଦେଶ୍ୟରେ ସମସ୍ତ ନବଦମ୍ପତିଙ୍କୁ କନ୍ୟାଦାନରେ ହେଲମେଟ୍ ଦିଆଗଲା ।