ଏମିତି ରାସ୍ତା ଜଗତେ ନାହିଁ । ଆଣ୍ଠୁଏ କାଦୁଅରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ, ୪ ବର୍ଷ ହେଲାଣି ଶୁଣୁନି ପ୍ରଶାସନ

32

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଖଣି ଅଂଚଳ ଯୋଡ଼ାରେ ସଙ୍ଗୀନ୍ ରାସ୍ତା ସମସ୍ୟା । ମରଣଯନ୍ତା ପାଲଟିଛି ବିଲେଇପଦାଠାରୁ ମୁର୍ଗା ମହାଦେବ ପର୍ଯ୍ୟନ୍ତ ୧୦ କିଲୋମିଟରର ରାସ୍ତା । ରାସ୍ତାରେ ଶହ ଶହ ଭାରିଯାନ ଚଳାଚଳ କରୁଥିବାରୁ ସ୍ଥାନୀୟ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ରାସ୍ତାରେ ଆଣ୍ଠୁଏ କାଦୁଅ ଭର୍ତି ହୋଇଥିବା ବେଳେ ୪ ବର୍ଷ ଧରି ଏଭଳି ପରିସ୍ଥିତି ଲାଗି ରହିଛି ।

ଶିକ୍ଷକ ଓ ଅଭିଭାବକ ପିଲାଙ୍କୁ କିଭଳି ନେବା ଆଣିବା କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏପରିକି ଛାତ୍ରଛାତ୍ରୀ ମାନେ କାଦୁଅରେ ନ ପଶିଲେ ସ୍କୁଲ ଯିବା ସମ୍ଭବପର ହେଉନାହିଁ । ଅନ୍ୟପଟେ ଅର୍ଦ୍ଧନିର୍ମିତ ପୋଲ ଯୋଗୁଁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଖୁବଶିଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଯୋଡ଼ା ପରି ଅଂଚଳରୁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ଦୃଷ୍ଟିନଦେବା ସ୍ଥାନୀୟ ଅଂଚଳରେ ଅସନ୍ତୋଷ ସୃଷ୍ଟି କରିଛି ।