ରାସ୍ତା ମଝିରେ ପୋଖରୀର ଭ୍ରମ ! କୃତ୍ରିମ ପୋଖରୀରୁ ମାଛ ଧରିଲେ ଲୋକେ

41

କନକ ବ୍ୟୁରୋ : ରାସ୍ତାରେ ଜାଲ ପକାଇ ରାସ୍ତା ମରାମତି ପାଇଁ ଲୋକଙ୍କ ଅଭିନବ ପ୍ରତିବାଦ । ରାସ୍ତା ମଝିରେ ସୃଷ୍ଟିି ହୋଇଥିବା କୃତ୍ରିମ ପୋଖରୀରୁ ମାଛ ଧରିଲେ ଲୋକେ । କୈାଣସି ଉପାନ୍ତ ଅଂଚଳର ନୁହେଁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ରାସ୍ତାର ବେହାଲ ଅବସ୍ଥାକୁ ନେଇ ତାତିଛନ୍ତି ଲୋକେ ।

ରାସ୍ତାରେ ଆଂଠୁଏ ଆଂଠୁଏ ଖାଲ । ମରାମତି ଦାବିରେ ଅଭିନବ ପ୍ରତିବାଦ । ଅସରାଏ ବର୍ଷାରେ ଗାଁ ରାସ୍ତାରେ ସୃଷ୍ଟି ହୋଇଥିବା ପୋଖରୀରୁ ମାଛ ଧରୁଛନ୍ତି ଲୋକେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଓରତ–ବଢିଇ ମୁଖ୍ୟ ରାସ୍ତାର ଏ ଅବସ୍ଥା ପଛର କାରଣ ହେଉଛି ରାସ୍ତା ପ୍ରସସ୍ତିକରଣ । ୪ କୋଟି ବ୍ୟୟରେ ରାସ୍ତା ଚଉଡା କାମ ଆରମ୍ଭ ହୋଇଛି ଯେ, ଶେଷ ହେଉନି । ଯାହାର ପରିଣାମ ୭ଟି ପଂଚାୟତର ହଜାର ହଜାର ଲୋକ ଭୋଗୁଥିବା ଅଭିଯୋଗ କରିଛନ୍ତି  ।

ଗ୍ରାମଉନ୍ନୟନ ବିଭଗ ଅଧିନରେ ଥିବା ଓରତ–ବଢିଇ ରାସ୍ତା ଏବେ ପୂର୍ତ୍ତ ବିଭାଗ ଅଧିନରେ ରହିଛି । ରାସ୍ତାଟି ପୂର୍ତ ବିଭାଗ ଅଧିନକୁ ଯିବା ପରଠାରୁ ରାସ୍ତା ଚଉଡା କାମ ଚାଲିଛି ଯେ, ସରୁନି । ଏ ବିଷୟରେ ପୂର୍ତ୍ତ ବିଭାଗର ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନଥିବା ବେଳେ ଜବରଦଖଲ ସମସ୍ୟା ଥିବାରୁ ରାସ୍ତା ପ୍ରସସ୍ତିକରଣ କାମ ଶେଷ ହୋଇପାରୁନଥିବା କହିଛନ୍ତି ମହାକାଳପଡା ତହସିଲଦାର । ତେବେ ଏନେଇ ସରକାରଙ୍କୁ ଅବଗତ କରାଯାଇଛି । ଖୁବଶୀଘ୍ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରାଯିବ ।