ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା ! ପ୍ରଶାସନିକ ଅବହେଳା ଓ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଧାରେ ପଡିଛି ରାସ୍ତା କାମ ।

111

କନକ ବ୍ୟୁରୋ : ଜାତୀୟ ରାଜପଥକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନାରେ ପାଜପଥର କଳ୍ପନା କରିଛନ୍ତି । ଏହି ଯୋଜନାରେ ସାମିଲ ହୋଇଛି ବାଲେଶ୍ୱର ଜିଲ୍ଲାର ୬୦ନମ୍ବର ଜାତୀୟ ରାଜପଥ । ହେଲେ ପ୍ରଶାସନିକ ଅବହେଳା ଏବଂ ରାଜପଥ କର୍ତୁପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅସମ୍ପୂର୍ଣ୍ଣ ହୋଇ ରହିଥିବା ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି ।

ବାଲେଶ୍ୱରରେ ୬୦ ନମ୍ବର ଜାତୀୟ ରାଜପଥର ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ଚାଲିଛି । ଆଉ ଏହି ଘଟଣା ହେଉଛି ଭେଲୋରା ଛକ ନିକଟରେ ଜାତୀୟ ରାଜପଥର । ଏଠାରେ ଏକ ଭୂତଳ ପୋଲ ନିର୍ମାଣ ପାଇଁ ୩ ବର୍ଷ ତଳୁ ରାସ୍ତା ଖୋଳାଯାଇଛି । ପୋଲ କାମ ଅଧାରେ ଛାଡି  ଠିକାଦାର ଛୁ ମାରିବା ପରେ ଏ ହେଉଛି ଆଜିର ଦୃଶ୍ୟ । ୪ ଲେନ୍ ବିଶିଷ୍ଟ ରାସ୍ତା ବଦଳରେ ସିଙ୍ଗିଲ ରୋଡରେ ପ୍ରତି ଦିନ ହଜାର ହଜାର ଭାରିଯାନ ଚଳାଚଳ କରୁଛି । ରାସ୍ତା ସାରା ଖାଲଖମା ସାଂଗକୁ ପଡିରହିଛି ବାଲି, ମୋରମ, ଚିପ୍ସ । ଗାଡି ଯିବା ଆସିବା ସମୟରେ ପ୍ରବଳ ମାତ୍ରାରେ ଧୂଳି ଉଡୁଛି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଭେଲୋରା ଛକ ଉପରେ ବସ୍ତା ଏବଂ ଜଳେଶ୍ୱର ବ୍ଲକର ଲୋକମାନେ ନିର୍ଭର କରନ୍ତି । ଏହି ରାସ୍ତା ଦେଇ ଓଡିଶା ସମେତ ରାଜ୍ୟ ବାହାରର ହଜାର ହଜାର ମାଲ ବୋଝେଇ ଟ୍ରକ-ବସ ଚଳାଚଳ କରୁଛି । ୩ ବର୍ଷ ହେବ ରାସ୍ତା କାମ ଅଧାରେ ପଡିଥିବା ବେଳେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଏବଂ ରାଜପଥ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଯାତ୍ରୀ ।