ଦଶହରାରେ ଦୁଃଖ ଖବର ! ଉତ୍ତରା ଛକରେ ବଡ ଧରଣର ଦୁର୍ଘଟଣା, ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ୬ ମୃତ ।

46

କନକ ବ୍ୟୁରୋ : ଦଶହରା ଉତ୍ସବରେ ସାରା ରାଜ୍ୟ ମସଗୁଲ ଥିବା ବେଳେ ଉତ୍ତରାରୁ ଆସିଛି ଏକ ଦୁଃଖଦ ଖବର । ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକର ସିଫା ନିକଟରେ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ଜଣ ବାଇକ ଆରୋହୀ ଥିବା ବେଳେ ୪ ଜଣ କାର ଆରୋହୀ ରହିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୨ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ରହିଥିବା ଜଣାପଡିଛି । ବାଇକ ଆରୋହି ଦମ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ରାତି ପାଖାପାଖି ୧୦.୩୦ ସମୟରେ ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକର ସିଫା ନିକଟରେ ଏକ ବାଇକକୁ ଗୋଟିଏ କାର ସାମ୍ନା ପଟୁ ଧକ୍କା ଦେଇଥିଲା । ବାଇକକୁ ଧକ୍କା ଦେବା ପରେ କାରଟି ପାଣିରେ ଖସି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ବାଇକରେ ଥିବା ୨ ଜଣ ଆରୋହୀ ଦମ୍ପତ୍ତି ବୋଲି ଜଣାପଡିଛି । ସେହିପରି କାରରେ ଥିବା ୪ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି ।  ପ୍ରତ୍ୟେକଦର୍ଶୀଙ୍କ କହିବା ଅନୁଯାୟୀ ଉଭୟ କାର ଏବଂ ବାଇକ୍ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଏହି ସମୟରେ ବାଇକକୁ କାରଟି ପଛପଟୁ ଧକ୍କା ଦେଇଥିବା ଜଣାପଡିଛି ।