ସୁନ୍ଦରଗଡ: ସୁଖାଜୋର ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ୩ ଯୁବକ ଜୀବନ୍ତ ଦଗ୍ଧ

29

କନକ ବ୍ୟୁରୋ: ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଳମ୍ବିତ ରାତିରେ ହୋଇଥିବା ଦୁର୍ଘଟଣାରେ ହ୍ୟୁଣ୍ଡାଇ କାରଟି ସଂପୂର୍ଣ୍ଣ ଜଳିଯାଇଥିବାବେଳେ ଏଥିରେ ଥିବା ୩ ଜଣ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସୂଚନା ମୁତାବକ, ଲେଫ୍ରିପଡା ଥାନା ସୁଖାଜୋର ଗାଁ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା କାର୍ । ଫଳରେ କାରରେ ବସିଥିବା ୩ ଜଣ ଯୁବକ ସଂପୂର୍ଣ୍ଣ ରୂପେ ଜଳି ଯାଇଥିଲେ । ତେବେ ମୃତ ଯୁବକମାନେ ହେଉଛନ୍ତି କୋରାପୁଟର ବିଶ୍ୱଜିତ କର, ଲେଫ୍ରିପଡା ଛଟେନପାଲିର ରାହୁଲ ପଶାୟତ ଓ ମୁନା ଗରଡିଆ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –