ରେଢାଖୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ସ୍କୁଲରୁ ଫେରୁଥିବାବେଳେ ଚଢିଗଲା ଟ୍ରକ,୨ ମୃତ

28

କନକ ବ୍ୟୁରୋ : ସମ୍ବଲପୁର ରେଢାଖୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରେଢାଖୋଲ ନିକଟରେ ଟ୍ରକ ଓଲଟି ୨ ଶିଶୁଙ୍କର ମୃତ୍ୟୁ ହୋଇଛି । ତେବେ ମୃତକ ହେଲେ ଦୁଇ ଭାଇ ଭଉଣୀ । ସ୍କୁଲରୁ ଭାଇ ଭଉଣୀ ଆସୁଥିବାବେଳେ ଏକ ଟ୍ରକ ଭାରସାମ୍ୟ ହରାଇ ତାଙ୍କ ଉପରେ ଓଲଟିପଡିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି ।