ରାୟଗଡାରେ ଗଛକୁ ଧକ୍କା ଦେଲା ସୋଡା ବୋଝେଇ ଟ୍ରକ ! ଗ୍ୟାସ ଲିକ ଯୋଗୁଁ ଲୋକେ ଆତଙ୍କିତ

53

କନକ ବ୍ୟୁରୋ: ରାୟଗଡା ନିକଟ କୁମୁଟିପେଣ୍ଠ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ବଡ ଗଛକୁ ଧକ୍କା ଦେଇଛି କଷ୍ଟିକ ସୋଡା ବୋଝେଇ ଟ୍ୟାଙ୍କର । ଏହି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବା ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଭୋରରୁ ଏହି ଟ୍ୟାଙ୍କର ବିଶିଖାପାଟଣାରୁ ଆସୁଥିବାବେଳେ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । କଷ୍ଟିକ ସୋଡା ନେଇ ଟ୍ରକଟି ଜେ.କେ ପେପରମିଲ ଆସୁଥିଲା । ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାମ ଜାରି ରଖିଛି ।

ଅନ୍ୟ ପଟେ, ସମ୍ବଲପୁର ଧନୁପାଲି ଥାନା ଟାଙ୍କରପାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମାରୁତି ଭ୍ୟାନ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳୋ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୫ ଗୁରୁତର ଅଛନ୍ତି । ପଡିଆବାହାଲରୁ ଲକ୍ଷ୍ମୀପୂଜା ଦେଖି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ପଡିଆବାହାଲରୁ ହୀରାକୁଦ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।