ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ବୋଲେରୋକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ୧୦ ଜଣଙ୍କ ଜୀବନ

41

କନକ ବ୍ୟୁରୋ : ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଛତିଶଗଡର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କୋମନାରୁ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ସାରି ବୋଲେରୋରେ ଫେରୁଥିବା ବେଳେ ସିଲଦା ନିକଟରେ ଏକ ଟ୍ରକ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୋଲେରୋ ଭିତରେ ଥିବା ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।