ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାହା ଭୋଜି ଖାଇ ଘରକୁ ଫେରିବାବେଳେ ଚମ୍ପାପୁର ଛକ ନିକଟରେ ଅଘଟଣ, ୨ ମୃତ ଓ ୨ ଆହତ

258

କନକ ବ୍ୟୁରୋ : ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକା ଦେଲା ବସ୍ । ୨ ମୃତ , ୨ ଆହତ । ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଉଛନ୍ତି ବୌଦ୍ଧ ବ୍ଲକ ବଲିସିଙ୍ଗା ଗାଁର ତ୍ରଲୋକ୍ୟ ପ୍ରଧାନ ଓ ତାଙ୍କ ପତ୍ନୀ ସୁରଙ୍ଗିନୀ ପ୍ରଧାନ ଏବଂ  ଆହତ ହୋଇଛନ୍ତି ଅନ୍ନପୂର୍ଣ୍ଣ ପ୍ରଧାନ ଓ ଜଣେ ଶିଶୁ  ।

ସୂଚନା ଅନୁଯାୟୀ ଏମାନେ ଏକ ବାହାଭୋଜିରେ ଯୋଗ ଦେଇ ଅଟୋରେ ଘରକୁ ଫେରୁଥିବାବେଳେ ବୌଦ୍ଧ ପଟୁ ଯାଉଥିବା ଏକ ବସ୍ ଚମ୍ପାପୁର ଛକ ନିକଟରେ ଅଟୋକୁ ଧକା ଦେଇଥିଲା । ଖବର ପାଇ ବୌଦ୍ଧ ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲା । ହେଲେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ।