ବୌଦ୍ଧ: କାର ଧକ୍କାରେ ଗର୍ଭବତୀ ମହିଳା ମୃତ, ଘଟଣା ସ୍ଥଳରେ ଉତ୍ତେଜନା

31

କନକ ବ୍ୟୁରୋ: କାର ଧକ୍କାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଡାକ୍ତରଖାନା ମୁଖ୍ୟ ଗେଟରେ ଏଭଳି ଦୁର୍ଘଟଣା ଘଟିଛି । ଧୁଙ୍ଗିଆପଦର ଗାଁର ଧନେଶ୍ୱରି ଦନ୍ତୀ ନାମକ ଜଣେ ଗର୍ଭବତୀ ମହିଳା ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ଫେରୁଥିବା ସମୟରେ ସୋନୁପର ପଟୁ ଆସୁଥିବା ଏକ କାର ଧକ୍କା ଦେଇଥିଲା ।

ଫଳରେ ଘଟଣା ସ୍ଥଳରେ ହିଁ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାର ଲୋକେ କ୍ଷେତିପୂରଣ ଦାବିରେ ଖୋର୍ଦ୍ଧା-ବଳାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଧକ୍କା ଦେଇଥିବା କାରକୁ ପୁଲିସ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ।