ଭାଗ୍ୟ ହେବ ତ ଏମତି । ବାଇକ ଧକ୍କାରେ ମଝି ରାସ୍ତାରେ ପଡିଗଲେ ବାପା-ମା’, ୨ ବର୍ଷର ଶିଶୁକୁ ୫୦୦ ମିଟର ପର୍ଯ୍ୟନ୍ତ ଟାଣିନେଲା ବାଇକ । ଆଉ ତାପରେ…

39

ସତରେ ‘ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ’ । ଏଭଳି ଉକ୍ତିର ଯଥାର୍ଥ ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ହୋଇଥିବା ଦୁର୍ଘଟଣାରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ-ଟୁକକୁର ରାସ୍ତାରେ ଦୁଇଟି ବାଇକ୍ ମଧ୍ୟରେ ଶକ୍ତ ହୋଇଥିଲା। ଫଳରେ ଗୋଟିଏ ବାଇକ୍ରେ ବସି ବାପା-ମା’ ଓ ଛୁଆ ଯାଉଥିଲା ବେଳେ ବାଇକ୍ ଉପରୁ ମା’ ଓ ବାପା ଖସି ପଡ଼ିଥିଲେ। କିନ୍ତୁ ଦୁଇ/ତିନି ବର୍ଷର ଶିଶୁ ବାଇକ୍ ସହ ୫୦୦ ମିଟର ଦୂର ପର୍ଯ୍ୟନ୍ତ ଗଡି ଗଡି ଯାଇଥିଲା ।

ସେହି ରାସ୍ତାରେ ଟ୍ରକ୍ ଓ ଅନ୍ୟ କାର ବି ଯିବା ଆସିବା କରୁଥିଲା। ଦୁର୍ଘଟଣା ଘଟିବା ସ୍ଥାନରୁ ୫୦୦ମିଟର ଯିବା ପରେ ଶିଶୁଟି ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିଥିଲା। ଆଶ୍ଚର୍ୟ୍ୟର କଥା, ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ମଧ୍ୟ ଶିଶୁଟିକୁ ମାମୁଲି ଆଘାତ ବି ଲାଗି ନାହିଁ। କେବଳ ଭୟରେ ଶିଶୁଟି କାନ୍ଦିବାକୁ ଲାଗିଥିଲା। ଶିଶୁଟିକୁ ଗାଡ଼ିରୁ ରାସ୍ତା ପାର୍ଶ୍ୱକୁ ଛିଟିକି ପଡ଼ିବା ଦେଖି ସ୍ଥାନୀୟ ଲୋକ ଗାଡ଼ି ଅଟକାଇ ଶିଶୁଟିକୁ ଉଦ୍ଧାର କରିଥିଲେ। ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।