ଗଜପତି: ଡ୍ରେନରେ ଜିପ ଓଲଟି ଜଣେ ମୃତ, ୧୯ଗୁରୁତର

29

କନକ ବ୍ୟୁରୋ: ଗଜପତି ମୋହନା ବ୍ଲକ ଚାନ୍ଦିପୁର ସାପ୍ତାହିକ ହାଟ ଯାଉଥିବାବେଳେ ଏକ ଜିିପ ଡ୍ରେନରେ ଓଲଟି ପଡିଛି । ଫଳରେ ଘଟଣା ସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଅଛନ୍ତି । ଆହତଙ୍କୁ ଚନ୍ଦ୍ରଗିରି ହସ୍ପିଟାଲରେ ଭର୍ତି କରାଯାଇଛି । ଭାରସାମ୍ୟ ହରାଇ ଜିପଟି ଡ୍ରେନରେ ପଡିଯାଇଥିବା ଜଣାପଡିଛି ।