ଲାଲୁ ପ୍ରସାଦ ଯାଦବଙ୍କ ତାଜା ଟ୍ୱିଟ୍ ! ନିଜକୁ କହିଲେ ମୁଁ ‘ସୁନା’

56

ପାଟନା : ରାଜନୀତି ହେଉ ବା ବ୍ୟକ୍ତିଗତ ଜୀବନ ଶୈଳୀ ହେଉ ଲାଲୁ ଯାଦବ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏବେ ଚାରା ଘୋଟାଲାରେ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆରଜେଡିର ପ୍ରମୁଖ ଲାଲୁ ପ୍ରସାଦ ଯାଦବ । ଏଥିରେ ତାଙ୍କ ମିଜାଜ୍ ପୁରା ଗରମ ହୋଇଯାଇଛି । ରାଂଜି ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି । କିନ୍ତୁ ତାଙ୍କର ଟ୍ୱିଟର ୱାର୍ ଲାଗିରହିଛି । ଜେଲରେ ଥାଇ ବି ସେ ଚୁପ୍ ବସିନାହାଁନ୍ତି । ଟ୍ୱିଟର ଜରିଆରେ ସେ ଲଗାତାର ନିତିଶ ସରକାର ଓ କେନ୍ଦ୍ରର ମୋଦି ସରକାରକୁ ଟାର୍ଗେଟ କରୁଛନ୍ତି ।

ତେବେ ଲାଲୁଙ୍କର ଏକ ତାଜା ଟ୍ୱିଟ୍ ଏବେ ବେଶ୍ ଚର୍ଚ୍ଚା ପାଲଟିଛି । ସେଥିରେ ସେ କହିଛନ୍ତି, ‘ସୁନା କୁ ଯଦି ତାପ ଦିଆଯାଏ ତ କଣ ହୁଏ ? ’ । ଏହି ଟ୍ୱିଟ୍ ଜରିଆରେ ଲାଲୁ ନିଜକୁ ‘ସୁନା’ ସହ ତୁଳନା କରିଛନ୍ତି । ଆଉ ଦର୍ଶାଇ ଦେଇଛନ୍ତି କି ଜେଲ୍ ଯିବା ପରେ ବି ସେ ସକ୍ରିୟ ରାଜନୀତିରୁ ଅଲଗା ହୋଇନାହାଁନ୍ତି । ବିହାର ରାଜନୀତିରେ ତାଙ୍କର ପ୍ରଭାବ ମଧ୍ୟ ରହିବ । ଆଉ ସେ କେବେ ହାରିବା ଲୋକ ନୁହଁନ୍ତି ।

ସୂଚନା ଯେ, ଏମିତି ପ୍ରଥମ ଥର ଲାଲୁଙ୍କ ପ୍ରତିକ୍ରିୟା ନୁହେଁ । ଯେବେ ଲାଲୁ ବା ତାଙ୍କର ପରିବାରର କୌଣସି ସଦସ୍ୟ ହୁଅନ୍ତି ସେମାନଙ୍କର ରୋଷ ଭାବ ସୋସିଆଲ୍ ମଂଚରେ ଦେଖିବାକୁ ମିଳେ । ଏହାପୂର୍ବରୁ ଲାଲୁଙ୍କ ପୁଅ ଓ ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ , ‘କଂସକୁ ଲାଗେ କି ଜେଲରେ ବନ୍ଦ କରିଦେଲେ ବିପଦ ଟଳିଯିବ । ତାଙ୍କୁ ଜଣାନାହିଁ କାଳ ଏବେ ଜନ୍ମ ନେବ ବୋଲି । ’ ନିଜର ପିତା ଓ ଆରଜେଡି ନେତା ଲାଲୁ ଯାଦବଙ୍କ ଜେଲ୍ ଯିବା ପରେ ତେଜସ୍ୱୀ ଯାଦବ ବିରୋଧିଙ୍କ ଉପରେ ଆଟାକିଂ ମୁଡରେ । ସେ ଲଗାତାର ଟ୍ୱିଟ୍ କରି ବିରାଧି ଦଳ ଉପରେ ବର୍ଷିଛନ୍ତି । ଏହା ପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ , ‘ ଯଦି ଲାଲୁଜୀ ବିଜେପି ସହ ହାତ ମିଳାଇଥା’ନ୍ତେ ତ ସେ ଆଜି ଭାରତର ରାଜା ହରିଶ୍ଚନ୍ଦ୍ର ହୋଇଥାନ୍ତେ । ତଥାକଥିତ ଚାରା ଘୋଟାଲା ଦୁଇ ମିନିଟ୍ ରେ ଭାଇଚାରା ଘୋଟାଲା ହୋଇଯାଇଥାନ୍ତା , ।’

ସୂଚନା ଯେ, ଚାରା ଘୋଟାଲାର ଏକ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲରେ ବନ୍ଦୀ ଅଛନ୍ତି । ୩ ଜାନୁୟାରୀରେ ଜେଲଦଣ୍ଡ ଘୋଷଣା କରାଯିବ । ତେଜସ୍ୱୀ ଆରୋପ ଲଗାଇଛନ୍ତି କି ରାଜ୍ୟର ନୀତିଶ ସରକାର ଓ କେନ୍ଦ୍ରର ବିଜେପି ସରକାର ତାଙ୍କ ପିତାଙ୍କର ଛବି ଖରାପ କରୁଛନ୍ତି । ବାସ୍ତବିକ୍ ଏହି ଯେ, ଚାରା ଘୋଟାଲାରେ ଜେଲ୍ ଯିବା ପରେ ଲାଲୁ ଟ୍ୱିଟ୍ କରି କହିଥିଲେ , ‘ପ୍ରିୟ ସାଥିମାନେ , ଜେଲରେ ଥିବା ସମୟରେ ମୋର ଟ୍ୱିଟରକୁ ସଂଚାଳନ ମୋର ପରିବାର ଓ କାର୍ଯ୍ୟାଳୟ କରିବେ । ’

(ସୌଜନ୍ୟ- ନବଭାରତ ଟାଇମ୍ସ )