କେନ୍ଦ୍ରାପଡ଼ାର ବଡ଼ଜୋର ଗାଁକୁ କେତେବେଳେ ପାଣି ତ କେତେବେଳେ କୁମ୍ଭୀର ଭୟ ! ୧୦ ଫୁଟ ଦୂରରେ ପ୍ରବାହିତ ହେଉଛି ଖରସ୍ରୋତା ନଦୀ

99

କନକ ବ୍ୟୁରୋ : ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି ନଦୀ କୂଳିଆ ଗାଁଲୋକ । ଘର ଠାରୁ ୧୦ ଫୁଟ ଦ୍ୱରରେ ପ୍ରବାହିତ ହେଉଛି ଖରସ୍ରୋତ ନଦୀ । ଲୋକ ପାଣି ଓ କୁମ୍ଭୀର ଭୟରେ ରହୁଥିବା ବେଳେ ନଦୀ ବନ୍ଧରେ ପଥର ପ୍ୟାକିଙ୍ଗ ଦାବି କରିଛନ୍ତି ।

ଘର ଅଗଣା ଠାରୁ ମାତ୍ର ୧୦ ଫୁଟ ଦ୍ୱରରେ ବହୁଛି ନଦୀ । କେତେବେଳେ କୁମ୍ଭୀର ତ କେତେବେଳେ ପାଣି ଭୟ । ଚିନ୍ତାରେ ପଡ଼ିଯାଇଛନ୍ତି ଲୋକ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ବଡ଼ଜୋର ଗାଁ ଲୋକଙ୍କ ଏପରି ଅବସ୍ଥା ହେଉଛି  । ଗାଁ ଠାରୁ କିଛି ବାଟ ଦୂରରେ ପ୍ରବାହିତ ହେଉଛି ଖରସ୍ରୋତ ନଦୀ । ନଦୀ କୂଳଲଂଘି ହଜାର ହଜାର ହେକ୍ଟର ଚାଷ ଜମି ଓ ଗାଁକୁ ନିଜ ଗର୍ଭରେ ଲିନ କରି ସାରିଛି । ଏବେ ବଡ଼ଜୋର ଗାଁରେ ରହୁଥିବା ୩୦ ପରିବାର ନଦୀର ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଛନ୍ତି ।

ବନ୍ୟା ଓ ଜୁଆର ସମୟରେ ଗାଁକୁ କୁମ୍ଭୀର ପଳାଇ ଆସୁଛନ୍ତି । ଗାଁରେ କୌଣସି ଅଘଟଣ ଘଟିବା ଆଗରୁ ବନ୍ଧରେ ପଥର ପ୍ୟାକିଙ୍ଗ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି ଲୋକେ । ହେଲେ କେହି ଏମାନଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି । ଏଥର ବି ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ଅଧିକାରୀ । ନଦୀ କୂଳରେ ପଥର ପ୍ୟାକିଙ୍ଗ କରା ଗଲେ ୪ଟି ଗାଁର ଲୋକ ଉପକୃତ ହେବେ । ତେବେ ପ୍ରଶାସନ ଦେଇଥିବା ପ୍ରତିଶୃତି କେବେ ପୂରଣ ହେବ ତାହା ଆଗାମୀ ସମୟ ହିଁ ତାର ଉତର ଦେବ ।