ଉତ୍କଳ ମଣ୍ଡପରେ ଉତ୍କଳ ଦିବସ ! ଋତୁରାଜଙ୍କ କଣ୍ଠର ଯାଦୁରେ ଝୁମିଲେ ଶ୍ରୋତା

27

କନକ ବ୍ୟୁରୋ : ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ପୁରିଛି ୮୧ ବର୍ଷ । ରାଜ୍ୟର ଏହି ପ୍ରତିଷ୍ଠା ଦିବସ ଅବସରରେ ପାଳନ ହେଉଛି ସ୍ୱତନ୍ତ୍ର ଉତ୍ସବ । ରାଜ୍ୟ ସରକାରଙ୍କ ପକ୍ଷରୁ ଉତ୍କଳ ଦିବସ ପାଳନ ହେଉଛି ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ । ଏହି ଅବସରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କଣ୍ଠଶିଳ୍ପୀ ଋତୁରାଜ, ସୋନମ୍ ଓ ହରିହର । ଆରପଟେ ବିଜେପି ବି ପାଳନ କରୁଛି ସ୍ୱତନ୍ତ୍ର ଉତ୍ସବ । ଜନତା ମଇଦାନରେ ଚାଲିଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଠାରେ ନିଜ ଗୀତ ଯାଦୁରେ ସମସ୍ତଙ୍କୁ ଝୁମାଉଛନ୍ତି ବଲିଉଡର ଷ୍ଟାର ସିଙ୍ଗର ଉଦିତ୍ ନାରାୟଣ ।