ରିତେଶଙ୍କ ଲାଡଲା

27

ବଲିଉଡ ତାରକା ରିତେଶ ଦେଶମୁଖ ଓ ଜେନେଲିଆଙ୍କ ଘରକୁ ଜନ୍ମ ନେଇଛି ନୂଆ ଅତିଥି । ଯାହାକୁ ନେଇ ଏବେ  ବି’ଟାଉନରେ ଚର୍ଚ୍ଚା । ଟ୍ୱୁଟରରେ ଟ୍ୱୁଟି କରିଛନ୍ତି ରିତେଶ ତାଙ୍କ ସାନ ପୁଅର ଫଟୋ । ଜେନେଲିଆଙ୍କ ବଡ ପୁଅକୁ ଏବେ ଦେଢ ବର୍ଷ । ରିତେଶ୍ ଟ୍ୱୁଟରରେ ନିଜ ଫ୍ୟାନମାନଙ୍କୁ ଜେନେଲିଆ ଓ ସାନ ପୁଅର ସ୍ୱାସ୍ଥ୍ୟ ବିଷୟରେ ସନ୍ଦେଶ ଦେଇଛନ୍ତି ।

ରିତେଶ ନିଜ ଫ୍ୟାନ୍ ମାନଙ୍କ ପାଇଁ ସେୟାର୍ କରିଛନ୍ତି ଏହି ଫଟୋ । ଯେଉଁ ଫଟୋରେ  ପୂରା  ପରିବାର ସହ ଅଛନ୍ତି  ରିତେଶ । ସାନ ପୁଅ ଓ ଜେନେଲିଆ ମଧ୍ୟ ଅଛନ୍ତି ସାଥିରେ । ଫଟୋଟିକୁ ଦେଖୁଛନ୍ତି ଅଧିକରୁ ଅଧିକ ରିତେଶ ଫ୍ୟାନ । ଜଣାଇଛନ୍ତି ଶୁଭକାମନା । ଫ୍ୟାନ୍ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତିି ରିତେଶ । ୨୦୦୩ ମସିହାରୁ ଡେଟିଙ୍ଗ୍ କରୁଥିବା ରିତେଶ-ଜେନେଲିଆ ଯୋଡି ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୨୦୦୩ରେ ‘ତୁଝେ ମେରି କସମ୍’ଫିଲ୍ମ ଜରିଆରେ ରିତେଶ ପାଦ ରଖିଥିଲେ ଫିଲ୍ମ ଦୁନିଆରେ ।