ଦିନ ଥିଲା ଘର ଘର ବୁଲି ଯୋଗାଉଥିଲେ ସିଲିଣ୍ଡର ! ଏବେ ନ୍ୟାସନାଲ୍ ଆଥଲେଟିକ୍ ମିଟରେ ଭାଗ ନେଇଛନ୍ତି ଏହି ଯୁବକ ।

30

ଉତ୍ତରପ୍ରଦେଶରେ ରହୁଥିବା ରିତେଶ କୁମାର ସିନିୟର ନ୍ୟାସନାଲ ଆଥଲେଟିକ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସେ ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ଏଥିପାଇଁ ତାଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଛି ।

ନିଜର ଭାଇ-ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼ ହେଉଛନ୍ତି ରିତେଶ କୁମାର । ତେଣୁ ଘର ଦାୟିତ୍ୱ ତୁଲାଇବାକୁ ଯାଇ ଗୁରୁଗ୍ରାମରେ ଏକ ଗ୍ୟାସ ଏଜେନ୍ସି ପାଇଁ ଘରଘର ବୁଲି ଗ୍ୟାସ ସିଲିଣ୍ଡର ପହଞ୍ଚାଇବାର କାମ କରିଥାଆନ୍ତି। ଏହି କାମ ପାଇଁ ତାଙ୍କୁ ପ୍ରତିମାସରେ ୯୦୦୦ଟଙ୍କା ପାରିଶ୍ରମିକ ମଧ୍ୟ ମିଳିଥାଏ। ଏହି ରୋଜଗାର ସହିତ ରିତେଶ ନିଜ ଖେଳ ଅଭ୍ୟାସକୁ କେବେ ହେଲେ ହେଳା କରନ୍ତି ନାହିଁ। ପ୍ରତିଦିନ ୮ଟାରୁ ସନ୍ଧ୍ୟା ୩.୩୦ ପର‌୍ୟ୍ୟନ୍ତ ଘରଘର ବୁଲି ସିଲିଣ୍ଡର ପହଞ୍ଚାଇବା କାମ ପରେ ସନ୍ଧ୍ୟା ୪.୩୦ରୁ ୭ଟା ପର‌୍ୟ୍ୟନ୍ତ ଖେଳ ଅଭ୍ୟାସ କରି ଥାଆନ୍ତି।

ରିତେଶଙ୍କ କହିବାନୁସାରେ, ୨୫ରୁ ୨୭ ସେପ୍ଟେମ୍ବର ପର‌୍ୟ୍ୟନ୍ତ ଓଡ଼ିଶାର ଭୁବନେଶ୍ୱରରେ ସିନିୟର ନ୍ୟାସନାଲ ଆଥଲେଟିକ୍ସ ପ୍ରତିଯୋଗିତାରେ ୫କିମି ଦୌଡ଼ ବିଭାଗ ପାଇଁ ତାଙ୍କର ଚୟନ ହୋଇଛି। ରିତେଶଙ୍କ କୋଚ ରାମନିବାସ ମଧ୍ୟ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରି ଆସୁଛନ୍ତି। ରିତେଶଙ୍କ କଲେଜରେ ଭର୍ତ୍ତି ତାଙ୍କ କୋଚ ହିଁ କରିଥିଲେ। ଏତଦ୍ ବ୍ୟତୀତ ରିତେଶ ପରିଶ୍ରମ କରିବାକୁ କେବେ ହେଲା ପଛଘୁଞ୍ଚା ଦିଅନ୍ତି ନାହିଁ।