ମୋଦିଙ୍କ ଉପରେ ବର୍ଷିଲେ ରିତେଶ ଦେଶମୁଖ । କହିଲେ, ଦେଶ ଚଳାଇବା ପାଇଁ ୫୬ ଇଞ୍ଚ ଛାତିର ନୁହେଁ ବରଂ ଭଲ ହୃଦୟର ଆବଶ୍ୟକତା ରହିଛି । ଭିଡିଓ ହେଲା ଭାଇରାଲ
ବଲିଉଡ ଅଭିନେତା ରିତେଶ ଦେଶମୁଖ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ ସମୟରେ ରୀତେଶ ଦେଶମୁଖଙ୍କ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହା ତାଙ୍କୁ ଚର୍ଚ୍ଚାର ଘେରକୁ ଟାଣି ଆଣିଛି । ମହାରାଷ୍ଟ୍ରର ଲାତୁରରେ ଏକ ସଭାରେ ରୀତେଶ କହିଥିଲେ, ଦେଶ ଚଳାଇବା ପାଇଁ ୫୬ ଇଞ୍ଚ ଛାତିର ଆବଶ୍ୟକତା ନାହିଁ ବରଂ ଏକ ଭଲ ହୃଦୟ ଆବଶ୍ୟକ ।
Kanak News is now on WhatsApp
Join and get latest news updates delivered to you via WhatsApp
56″ छातीला रितेश देशमुख यांचा टोला..
अहो , 56″ तर गोदरेज चं कपाट येतंय.. 👌👌भारताला मिळालेलं स्वातंत्र्य हे सुद्धा काँग्रेसची देणं आहे हे लक्षात ठेवा भक्तांनो..
आणि 2014 च्या आधी काय झालं ते बघा.. भक्तांनो , तुमच्या बुडाला जाळ लागल्याशिवाय राहणार नाही.
🙏 🏃🏃🏃 👏👏👏👏 pic.twitter.com/yxggx1RiHP— Vishal Mane (@vmane_1) April 14, 2019
ରିତେଶ ବିଜେପି ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି, ଆଜି ଲୋକମାନେ ଯେଉଁ ମୋବାଇଲ ଧରୁଛନ୍ତି ତାହା କେବଳ କଂଗ୍ରେସ ପାଇଁ । ଏପରିକି ଲୋକଙ୍କ ପାଖରେ କମ୍ପ୍ୟୁଟର ପହଞ୍ଚିବାର ଶ୍ରେୟ ମଧ୍ୟ କଂଗ୍ରେସକୁ ଦେଇଛନ୍ତି ରିତେଶ ।ଏପରିକି ଦେଶର ସ୍ୱାଧୀନତା ପଛରେ ମଧ୍ୟ କଂଗ୍ରେସର ପ୍ରମୁଖ ଭୂମିକା ରହିଛି । ତାଙ୍କ କହିବା ଅନୁଯାୟୀ, ଦେଶର ଭାଗ୍ୟ ଓ ଭବିଷ୍ୟ ୫୬ ଇଞ୍ଚ ଛାତି ବଦଳାଇପାରିବ ନାହିଁ ।
ରୀତେଶ ହେଉଛନ୍ତି, ମହାରାଷ୍ଟ୍ରର ଦୁଇଥର ମୁଖ୍ୟମନ୍ତ୍ରୀ ରହିଥିବା ସ୍ୱର୍ଗତଃ ବିଳାସରାଓ ଦେଶମୁଖଙ୍କ ପୁଅ । ଏହାଛଡା ବଲିଉଡର ଜଣାଶୁଣା ଅଭିନେତାଙ୍କ ମଧ୍ୟରେ ରୀତେଶ ନାଁ ସାମ୍ନାକୁ ଆସେ । ଆଉ ଏବେ ରୀତେଶ କଂଗ୍ରେସ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି ।