ରାହା ଦେଖାଇଲେ ରୀତାଂଜଳି । ବସ୍ତି ପିଲାଙ୍କୁ ପାଠ ପଢାଇଲେ ନିଯୁକ୍ତି ମଧ୍ୟ ଦେଲେ । ଆଜି ଦିନର ଭଲ ଖବର 

75

ବସ୍ତିରେ ରହୁଥିବା ପିଲାମାନେ ଗରିବ, ଅପରାଧୀ, ଶାରିରୀକ ଓ ମାନସିକ ବିକଳାଙ୍ଗ ବୋଲି ଆମ ସମାଜରେ ସେମାନଙ୍କୁ ସମସ୍ତେ  ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ବଂଶାନୁଗତିକ ଭାବେ ସେମାନେ ସବୁ ଖରାପ କାମରେ ସଂପୃକ୍ତ ବୋଲି ଭାବି ବସ୍ତି ପିଲାଙ୍କୁ ନାନା ପ୍ରକାର ଭେଦଭାବର ଶିକାର ହେବାକୁ ପଡେ । ଫଳରେ ସେମାନେ ବେଳେ ବେଳେ ଖରାପ ରାସ୍ତାରେ ପାଦ ଦେବାକୁ  ବାଧ୍ୟ ହୋଇଥାନ୍ତି  ।  ସରକାରଙ୍କ ନାନା ଯୋଜନାର ସୁଫଳ ମଧ୍ୟ ସୋମାନଙ୍କୁ ମୁଖ୍ୟସ୍ରୋତରେ ବି ସାମିଲ କରିପାରିନାହିଁ । ଏହି ଶିଶୁମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ମହିଳା ରୀତାଂଜଳି । ବସ୍ତିପିଲାଙ୍କ ପାଇଁ  କାମ କରିବା  ଓ ଯୁବକ-ଯୁବତୀଙ୍କୁ କଳା, ସଂସ୍କୃତି ମାଧ୍ୟମରେ ପାଠପଢାଇ ପ୍ରୋତ୍ସାହିତ କରୁଛନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଗରିବୀ ଓ ଅପରାଧ ଭିତରୁ ବାହାର କରି ସକ୍ରିୟ ଭାବେ ସମାଜର ମୁଖ୍ୟସ୍ରୋତରେ ସାମିଲକରିବା ।

କାହିଁକି  ମଣିଷର ଜନ୍ମ ?  ଏହା କଣ ମଣିଷ ପଣିଆ ? ଏହା କାପୁରୁଷତାର ପରିଚୟ ।  ଏହା କଣ ସଶକ୍ତୀକରଣ ? ଜଣେ  ଦୁଃଖରେ  ଆଉ ଜଣେ  ଆଉ ଜଣେ ରହିବ ଖୁସିରେ ? ଏହା କଣ ପ୍ରକୃତ ସ୍ୱାଧୀନତା ?  ଗରିବ ଶେଣୀର ପିଲାଙ୍କ ପାଇଁ  ଖୋଲିଥିଲେ ସ୍କୁଲ ।  ଯେଉଁ ୧୮ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ଯୁବକ -ଯୁବତୀମାନେ ପ୍ରକୃତରେ ସ୍କୁଲ କଣ ଜାଣନ୍ତି ନାହିଁ ସେମାନଙ୍କୁ ସ୍କୁଲକୁ ପଠାଇଥିଲେ । ଜାତୀୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସେମାନଙ୍କ ଆତ୍ନନିଯୁକ୍ତି ପାଠ ପଢାଇ ଥିଲେ । ଏଥିପାଇଁ ରୀତାଂଜଳିଙ୍କୁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ପ୍ରଥମବର୍ଷ  ଜୀବନ ଓ ଜୀବିକା କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ-ଯୁବତୀଙ୍କୁ  ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ଓ ପରେ ଛଅ ମାସ ପାଇଁ ପ୍ରତିଷ୍ଠିତ ଫାର୍ମରେ ଇଂଟର୍ଣ୍ଣସିପ ଟ୍ରେନିଂ ଦିଆଯାଇଥିଲା ।

କେବଳ ସେତିକି ନୁହେଁ, ସନ୍ଧ୍ୟାରେ କମ୍ପ୍ୟୁଟର , ଗ୍ରୁପ ଡିସକସନ, ଇଂରାଜୀ,ଲାଇଫସ୍କିଲ  ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେଉଥିଲେ ।   ଥିଏଟର , ଫିଲ୍ଡଟ୍ରିପ ଓ ଖେଳରେ ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିଥିଲେ । ଆଜି ସେହି ପିଲାମାନେ କେବଳ ଦେଶରେ ନୁହେଁ ଦେଶ ବାହାରେ  ନିଜ କରିସ୍ମା ଦେଖାଉଛନ୍ତି । ୨୨ଜଣ ଯୁବକଙ୍କର ଟ୍ରେନିଂ ସରିଯାଇଛି ସେମାନଙ୍କ ଭିତରୁ ଆଠଜଣ  ଚାକିରି ପାଇଛନ୍ତି ସେହିପରି ଆହୁରି ଅନେକ ପିଲାଙ୍କୁ ସହାୟତା ପ୍ରଦାନ କରିବା ପାଇଁ  ରୀତାଂଜଳି ନିଜ ଜୀବନକୁ ସମର୍ପିତ କରିଛନ୍ତି ।

ଯୁବତୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦିଲ୍ଲୀ ଓ ଗୁରୁଗାଁଓରେ ଲର୍ଣ୍ଣିଂ ସେଂଟର ଖୋଲିଛନ୍ତି  ।  ବସ୍ତିର ଯେଉଂ ପିଲାମାନେ  ଅଧାରୁ ପାଠ ଛାଡୁଛନ୍ତି ସେମାନଙ୍କୁୁ ଦକ୍ଷତା ବିକାଶ  ମାଧ୍ୟମରେ ସିଲେଇ ଶିକ୍ଷା ସହ କମ୍ପ୍ୟୁଟର ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରାଉଛନ୍ତି  । ଏହି ଶି କ୍ଷା ଦ୍ୱାରା ସେମାନେ ଆତ୍ନନିଯୁକ୍ତି ପାଇବା ସହ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ଆସିପାରିଛି । ରୀତାଂଜଳୀଙ୍କ ତାଙ୍କ ଛାତ୍ରଛାତ୍ରୀଙ୍କର ଆତ୍ମସମ୍ମାନ ବଢାଇବା ସହ ସ୍ୱାଧୀନ ଭାବେ ବଂଚିବାର ବାଟ ଦେଖାଇଛନ୍ତି । କୁସୁମପୁର ପାହାରି ଓ ମହିପାଲପୁରରେ ଦୁଇଟି ପୋଷାକ ତିଆରି କାରଖାନାରେ ଯୁବତୀମାନେ ନିଯୁକ୍ତି ପାଇଛନ୍ତି । ଟେଲରିଂ, ଡ୍ରେସ କାଟିବା ସହ ସିଲେଇ କରିବା ପାଇଁ ୮୦ଜଣ ଯୁବତୀ ନିଯୁକ୍ତି ପାଇଛନ୍ତି ।  ଗୋଟିଏ କମ୍ପ୍ୟୁଟରର କେନ୍ଦ୍ରରେ ୫୦ଜଣ ଯୁବକ -ଯୁବତୀ  ନିଯୁକ୍ତି ପାଇଛନ୍ତି ।  କୋର୍ସ ଶେଷ ହେବା ପରେ  ସେମାନେ ମାସକୁୁ ପାଖାପାଖି ୮ହଜାରରୁ -୧୪ ହଜାର ପର୍ଯ୍ୟନ୍ତ  ରୋଜଗାର କରିପାରୁଛନ୍ତି ।

ଦିଲ୍ଲୀ ଏନସିଆର ଅଂଚଳର କୁସୁମପୁର ପହରୀ ଓ ନାଥପୁର ପହରୀ  ଅଂଚଳରେ  ଅଶିକ୍ଷିତ ଓ ଅଳ୍ପପଢିଥିବା ମହିଳାଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ଗୋଷ୍ଠୀ ସଶକ୍ତୀକରଣ କେନ୍ଦ୍ର ଖୋଲିଛନ୍ତି  । କେବଳ  ସେତିକି ନୁହେଁ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟ, ନିର୍ଯାତନା  ବିରୋଧରେ ମୁହଁ ଖୋଲିବା ଓ ଅନ୍ୟାନ୍ୟ କ୍ଷେତ୍ରରେ  ଆଇନଗତ  ସାହାଯ୍ୟ ଯୋଗାଉଛନ୍ତି  । ଦିଲ୍ଲୀରେ ଥିବା ରୀତାଂଜଳୀଙ୍କ ଟିମ  ୧୨ଶହ ପିଲାଙ୍କୁ ଶିକ୍ଷିତ କରାଇବା ସହ ୨୫୦ ବସ୍ତି ଅଂଚଳର ପିଲାଙ୍କୁ  ଆତ୍ନନିଯୁକ୍ତି ଯୋଗାଇ ପାରିଛନ୍ତି । ତାସହ ୬୦୦ ମହିଳାଙ୍କୁ ଆତ୍ନନିର୍ଭରଶୀଳ କରାଇ ପାରିଛନ୍ତି  ।

ଆମ ଚିନ୍ତାଧାରା ଠାରୁ ସଂପୂର୍ଣ୍ମ ଭିନ୍ନ ଚିନ୍ତାଧାରାରେ ଥିବା ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ନିଶା ତାଙ୍କୁ ଅନ୍ୟମାନଙ୍କୁ ଠାରୁ ଅଲଗା ପରିଚୟ ଦେଇଛି । ନିଜେ ଟଙ୍କା ଉପାର୍ଜନ କରିବା ଓ ନିଜ ପରିବାର ପାଇଁ ବଂଚିବା  ଆମ ମାନଙ୍କର  ଧର୍ମ ହୋଇଥିବା ବେଳେ ଜଣେ ମହିଳା ହୋଇ ସାମାଜିକ ଅନଗ୍ରସର  ଲୋକଙ୍କ ପାଇଁ ନିଃସ୍ୱାର୍ଥପର ଭାବରେ କାମ କରିବା ବହୁତ କମ ଲୋକଙ୍କ ପାଖରେ ଦେଖାଯାଇଥାଏ । ବସ୍ତିପିଲାଙ୍କୁ ସମସ୍ତେ ଘୃଣା କରୁଥିବା ବେଳେ ସେମାନଙ୍କ ବଂଚିବା ଓ ମରିବା ଆଶାରେ କାମକରୁଥିବା ରୀତାଂଜଳୀଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ  ହୋଇ ରହିବ ।