ବିଜୟ ବାନା ଉଡାଇ ବିଜେପୁରରୁ ଭୁବନେଶ୍ୱର ପହଞ୍ଚିଲେ ରୀତା ସାହୁ! ନବୀନ ନିବାସରେ କହିଲେ, ସ୍ୱାମୀଙ୍କ ସ୍ୱପ୍ନ ଶୀଘ୍ର ପୂରଣ କରିବି

41

କନକ ବ୍ୟୁରୋ : ବିଜେପୁରରେ ବିଜେଡିର ବାଜିମାତ୍ ପରେ ଆଜି ନବୀନ ନିବାସ ପହଂଚିଥିଲା ବିଜୟର ପଟୁଆର । ଶହ ଶହ ନେତାଙ୍କ କର୍ମୀଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ପହଂଚିଥିଲେ ରୀତା ସାହୁ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ ବୋଲି କହିଛନ୍ତି ରୀତା । ଆଉ ବିଜେପିର ମିଶନ୍ ୧୨୦କୁ କଟାକ୍ଷ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ । ଏପଟେ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ସଂପର୍କରେ ନିଷ୍ପତି ହେବ ବୋଲି ସୂଚନା ଦେଇଛନ୍ତି ।

bijepurବିଜେପୁରରେ ବିଜେଡିର ବିଜୟ, ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ । ନବୀନ ନିବାସରେ ବିଜୟ ଉଲ୍ଲାସର ଚିତ୍ର । ଉପ-ନିର୍ବାଚନ ବିଜୟ ପରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିରାଟ ପଟୁଆର ନେଇ ପହଂଚିଛନ୍ତି ନବୀନ ନିବାସ । ଶହ ଶହ କର୍ମୀଙ୍କ ଗହଣରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୀତା ସାହୁ । ୧୨୦ ମିଶନର ଟାର୍ଗେଟ୍ ରଖିଥିବା ବିଜେପିକୁ ଏକ ବଡଧରଣର ଝଟକା ଦେଇଛି ବିଜେଡି । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁରରୁ ଏକ ନୂଆ ସମୀକରଣର ଆରମ୍ଭକରିଛନ୍ତି ରୀତା ସାହୁ । ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ବିଜେପିର ୧୨୦ ମିଶନକୁ କଟାକ୍ଷ କରିଛନ୍ତି । ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ବିଜେପୁର ପରାଜୟ ପରେ ବିଜେପି ମିଶନ ୧୨୦ ସ୍ୱପ୍ନ ଦେଖିବାର ଅଧିକାର ମଧ୍ୟ ହରାଇଛି ।

ଏପଟେ-ବିଜେପୁରରେ ଏଭଳି ଏକ ପରାଜୟ ଆଶା କରିନଥିବା ବିଜେପ,ି ଆରମ୍ଭ କରି ଦେଇଛି ସମୀକ୍ଷା । ହେଲେ ଦଳର ମୁଖପାତ୍ର କହିଛନ୍ତି- ମିଶନ ୧୨୦ ପାଇଁ ଉଦ୍ୟମ ଜାରି ରହିବ । ତେବେ ବିଜେପୁରରେ ପରାସ୍ତ ହେଲେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିବା ପ୍ରଦୀପ ମହାରଥୀ, ବିଜୟ ପାଇଁ ନବୀନ ବାବୁଙ୍କ ବିକାଶ ଧାରା ଏବଂ ଦକ୍ଷ ପରିଚାଳନାକୁ ଶ୍ରେୟ ଦେଇଛନ୍ତି ।

ରାଜନୀତିର ଏହି ଟଣାଓଟରା ଭିତରେ ଏବେ ନଜର ରାଜ୍ୟସଭା ନିର୍ବାଚନ ଉପରେ । ସଂଖ୍ୟା ଦୃଷ୍ଟିରୁ ଖାଲି ପଡୁଥିବା ୩ଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ଜିତିବା ସୁନିଶ୍ଚିତ ଥିଲେ ସୁଦ୍ଧା କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବିଜେଡି ସୁପ୍ରିମୋ- ରାଜନୈତିକ ପୃଷ୍ଠଭୂମୀ ଥିବା ନେତାଙ୍କୁ ରାଜ୍ୟସଭା ପଠାଇବା ନେଇ ସୂଚନା ଦେଇଥିବା ବେଳେ ଆଜି କହିଛନ୍ତି-ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ ।ଉପ-ନିର୍ବାଚନ ସରିଲା, ଫଳାଫଳରେ ବିଜେଡି ବାଜିମାରିଲା । ଆଉ ଏହା ପରେ ରାଜ୍ୟସଭା ନିର୍ବାଚନ, ଯେଉଁଥିରେ ବିଜେଡି ପ୍ରାର୍ଥୀ ଜିତିବା ନିଶ୍ଚିତ । ଏସବୁ ଭିତରେ ଆରମ୍ଭ ହୋଇଯିବ ସାଧାରଣ ନିର୍ବାଚନର ପ୍ରସ୍ତୁତି ।