ବର୍ଷା ଦିନରେ ଥାଏ ଏହି ରୋଗ ଗୁଡ଼ିକର ଭୟ ! ଏହି ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

108

ଭୀଷଣ ଗରମ ପରେ ବର୍ଷା ଋତୁ ଜୀବଜଗତକୁ ତ୍ରାହି ଦେଇଥାଏ । କିନ୍ତୁ ଏହି ଦିନ ମାନଙ୍କରେ ଲୋକମାନେ ଅଧିକ ରୋଗରେ ପଡ଼ନ୍ତି । ବର୍ଷା ଦିନରେ ଡ଼େଙ୍ଗୁ, ଚିକନଗୁନିଆ ସହ ଟାଇଫଏଡ଼୍, ଓ ଡ଼ାଇରିଆ ପରି ରୋଗ ଅଧିକ ସଂକ୍ରମଣ ହୁଏ । ଏହି ରୋଗ ଗୁଡ଼ିକରୁ ବଞ୍ଚିବା ପାଇଁ ପାଣିକୁ ଗରମ କରି ଓ ମଶାରି ଲଗାଇ ଶୋଇବା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ।

ବର୍ଷା ଦିନରେ ହୁଏ ଏହି ସବୁ ରୋଗ ! ଆସନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ
ମ୍ୟାଲେରିଆ – ବହୁତ ଜୋରରେ ଜ୍ୱର ହେବା ଏହାର ଲକ୍ଷଣ ଅଟେ । ଏହା ସାଧାରଣ ଜ୍ୱରରୁ ଖୁବ୍ ଅଲଗା । ପାଣି ଜମା ହେବା ଦ୍ୱାରା ମଶା ଜନ୍ମ ନିଅନ୍ତି । ତେଣୁ ନିଜର ଆଖପାଖ ଅଞ୍ଚଳ ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ ।। ଏହାସହ ପ୍ରତିଦିନ ମଶାରି ଦେଇ ଶୁଅନ୍ତୁ ଓ ଘର ଆଖପାଖରେ ନିୟମିତ ବ୍ୟଧାନରେ ଡିଡ଼ିଟି ପକାନ୍ତୁ ।

ଟାଇଫଏଡ଼- ଏହି ଜ୍ୱର ବହୁତ ସମୟ ଧରି ରହେ । ଦୂଷିତ ଖାଦ୍ୟ ଖାଇବା ଓ ପାଣି ପିଇବା ଦ୍ୱାରା ଏହି ରୋଗ ହୁଏ । ଯଦି ଆପଣ ଏହି ରୋଗରେ ପିଡ଼ୀତ ତେବେ ତୁରନ୍ତ ଡ଼ାକ୍ତରଙ୍କୁ ସମ୍ପର୍କ କରନ୍ତୁ । ରୋଗୀଙ୍କୁ ପରିବାରର ଅନ୍ୟ ସଦସ୍ୟ ଠାରୁ ଅଲଗା ରହିବା ଉଚିତ । ଏହାସହ ଏହି ରୋଗ ସମ୍ପୁର୍ଣ୍ଣ ରୂପେ ଭଲ ହେବା ପରେ ମଧ୍ୟ ଆରାମ କରିବା ଉଚିତ ।
ଡ଼େଙ୍ଗୁ ଜ୍ୱର – ଡ଼େଙ୍ଗୁ ଜ୍ୱର ବହୁତ କଷ୍ଟଦାୟକ ଅଟେ । ଏହା ଏଡ଼ିସ ମଶା ଦ୍ୱାରା ବ୍ୟାପୀଥାଏ । ଡ଼େଙ୍ଗୁ ରୋଗରୁ ରକ୍ଷା ପାଇବା ପାଇଁ ନିଜର ଆଖପାଖ  ସଫା ରଖିବା ଉଚିତ୍ । ଏହି ଜ୍ୱର ହେଲେ ଅଚାନକ ଭାବେ ଜ୍ୱର ଆସେ , ପ୍ରବଳ ମୁଣ୍ଡ ବ୍ୟଥା ହୁଏ ଓ ଆଖିରେ ମଧ୍ୟ କଷ୍ଟ ଅନୁଭବ ହୁଏ । ଏହି ରୋଗ ହେଲେ ସଙ୍ଗେ ସଙ୍ଗେ ଡ଼ାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ ।